ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୧ ହେଲା

Advertisment
ଆଉ ଜଣେ କରୋନା ପଜିଟିଭ୍‌: କଳାହାଣ୍ଡିର ୨୯ ବର୍ଷୀୟ ଯୁବକ, ନିକଟରେ ବାହାରିନ୍‌ରୁ ଫେରିଥିଲେ

ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶାର ବାସିନ୍ଦା । ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିଅ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ଯୁବକ  କିଛି ଦିନ ପୂର୍ବରୁ ବାହାରିନରୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୧୬୨୯ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ପଜିଟିଭ ସଂଖ୍ୟା ହେଉଛି ୨୧ । ଆଜି ଆରଏମଆରସିରେ ୨୨୩ଟି, ଏମ୍ସରେ ୩୮ଟି ଓ ଏସ୍‌ସିବିରେ ୪୩ଟି ନମୁନା ପରୀକ୍ଷା କରାଯାଇଥିଲା ।

ଗତକାଲି ସୁଦ୍ଧା ୧୩୯୫ଟି ନମୁନା ପରୀକ୍ଷା କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ଏପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଆଜି ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe