ନୂଆପଡ଼ାରେ ଆଉ ଏକ ବାଘ: କୋଦୋପାଲି ଗ୍ରାମରେ ବନ ବିଭାଗ କର୍ମଚାରୀ

ନୂଆପଡ଼ାରେ ଆଉ ଏକ ବାଘ: କୋଦୋପାଲି ଗ୍ରାମରେ ବନ ବିଭାଗ କର୍ମଚାରୀ

ନୂଆପଡ଼ା: ଗତକାଲି ରାତିରେ ଯନ୍ତାରେ ଏକ ମଣିଷଖିଆ ବାଘ (କଲରାପତିରିଆ) ପଡ଼ିଥିବା ବେଳେ ଆଜି ଏକ ବାଘ ପୁଣି ଆତଙ୍କ ଖେଳାଇଥିବାର ଖବର ଖବର ମିଳିଛି। ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ସେହି ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ କୋଦୋପାଲି ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛି।

ଉଲ୍ଲେଖଯୋଗ୍ୟ, ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଅନ୍ୟ ଏକ ବାଘ ଗତକାଲି ସନ୍ଧ୍ୟା ବେଳେ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଥିଲା। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘର ଭିତରେ ପଶି ଯାଇଥିଲା। ଉକ୍ତ ଘରେ କେହି ରହୁନଥିଲେ ଓ ତାହା ଖାଲି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେସଙ୍ଗେ ଘର କବାଟ ବନ୍ଦ କରି ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଗ୍ୟାସ୍ ପ୍ରୟୋଗ କରି ଚେତାଶୂନ୍ୟ କରିଥିଲେ। ଏହାପରେ ଏହାକୁ ଯନ୍ତାରେ ନେଇଯାଇଥିଲେ। ୪ ଦିନ ତଳେ ଜଣେ ବାଳକକୁ ମାରିଥିବା ଏହି ବାଘ ଧରମବନ୍ଧା ଥାନା ସିଲିଆରିବାହାର ଗାଁର ଜଣେ ମହିଳାଙ୍କୁ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ସେହିପରି ଶନିବାର ଧରମବନ୍ଧା ଥାନା କୋଦୋପାଲି ଗାଁର ଜଣେ ୮ବର୍ଷ ବୟସର ବାଳକକୁ ଆକ୍ରମଣ କରି ଖଣ୍ଡିଆଖାବରା କରିଛି। ଶନିବାର ଜଙ୍ଗଲରୁ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ସ୍ଥାନରୁ ଉଦ୍ଧାର କରାଯାଇଥିଲା। ମାତ୍ର ୫ ଦିନ ବ୍ୟବଧାନରେ ଦୁଇଜଣଙ୍କୁ ବାଘ ମାରିବା ଏବଂ ଜଣଙ୍କୁ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe