ପୋଲିସ ସହ ଗୁଳି ବିନିମୟ, ଜଣେ ନକ୍ସଲ ମୃତ

Advertisment
ପୋଲିସ ସହ ଗୁଳି ବିନିମୟ, ଜଣେ ନକ୍ସଲ ମୃତ

Photo by : signalfire.org

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୋଲିସ ସହ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି। ଆଜିି ମଧ୍ୟାହ୍ନରେ ଭେଜି ଥାନା ପୋଲିସ,ଡିଆରଜି,ଏସଟିଏଫ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ ବିରାଭଟ୍ଟି ଗ୍ରାମ ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିଲେ। ଏହି ସମୟରେ ଆମ୍ବୁସ ଲଗାଇ ଲୁଚି ରହିଥିବା ନକ୍ସଲ ପୁଲିସ ଉପରକୁ ଅତର୍କିତ ଗୁଳି ମାଡ କରିଥିଲେ। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ୩୦ ମିନିଟ ଗୁଳି ବିନିମୟ ପରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲ ପୋଷାକଧାରୀ ବ୍ୟକ୍ତିର ଶବ ଜବତ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ କମ୍ବିଂ ଚାଲିଥିବା ଏବଂ ଯବାନ ଫେରି ନଥିବା ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe