ଏନ୍‌କାଉଣ୍ଟରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ମୃତ

Advertisment
ଏନ୍‌କାଉଣ୍ଟରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ  ନକ୍ସଲ କମାଣ୍ଡରର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଜିଲ୍ଲା ପୁଲିସ, ଡିଆରଜି ଯବାନ କଟେକଲ୍ୟାଣ ଥାନା ଅନ୍ତର୍ଗତ ଜବରାମେଟ୍ଟା ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇ ଗତକାଲି ରାତିରେ ଚଢଉ କରିଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ଆଜି ସକାଳୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ପରେ ଏହି ମୃତ ନକ୍ସଲକୁ ଚିହ୍ନଟ କରାଯାଇଥିଲା।ମୃତ ନକ୍ସଲ ଜଣକ ହେଲେ ବୁଧୁରାମ ମାଡକମ। ବୁଧୁରାମ କଟେକଲ୍ୟାଣ ଏରିଆ କମିଟିର କମାଣ୍ଡର ଭାବେ ରହିଥିଲା। ସରକାର ବୁଧୁରାମ ଉପରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ବୁଧୁରାମ ନାମରେ ୧୫ରୁ ଊର୍ଦ୍ଧ୍ବ ମାମଲା ରହିଥିବା ପୁଲିସ କହିଛି।  ଏସପି ସିଦ୍ଧାର୍ଥ ତିୱାରୀ ଏହି ଘଟଣା ନେଇ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe