ପୁଲିସ-ନକ୍ସଲ ଗୁଳିବିନିମୟ: ଜଣେ ନକ୍ସଲ ମୃତ, ଯବାନ ଆହତ

Advertisment
ପୁଲିସ-ନକ୍ସଲ ଗୁଳିବିନିମୟ: ଜଣେ ନକ୍ସଲ ମୃତ, ଯବାନ ଆହତ

Image Courtesy of NDTV

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାର ନେମେଡି ଥାନା ଅନ୍ତର୍ଗତ କେକା ଏବଂ ମେସେଲା ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ଜାଣିବା ପରେ ଡିଆରଜି ଏବଂ ସିଆରପିଏଫ ଯବାନ ଚଢ଼ାଉ କରିଥିଲେ। ସେଠାରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।

ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବା ବେଳେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ଶବକୁ ପୁଲିସ ଉଦ୍ଧାର କରିଛି। ମୃତ ନକ୍ସଲ ଜଣକ କମାଣ୍ଡର ରିତେଶ ପୁନେମ ବୋଲି ଜଣାପଡିଛି। ଏହି ଗୁଳିବିନିମୟରେ ବ୍ୟବନ ରାମଲୁ ହେମଲା ଆହତ ହୋଇଛନ୍ତି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe