ଯାଜପୁରରେ ନୂଆ ଜଣେ ପଜିଟିଭ ଚିହ୍ନଟ ପରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବଢ଼ିଲା, ରାଜ୍ୟରେ ୧୧୧ ସଂକ୍ରମିତ

Advertisment
ଯାଜପୁରରେ ନୂଆ ଜଣେ ପଜିଟିଭ ଚିହ୍ନଟ ପରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବଢ଼ିଲା, ରାଜ୍ୟରେ ୧୧୧ ସଂକ୍ରମିତ

ଯାଜପୁର: ବାଲେଶ୍ୱରରୁ ୬ ଜଣ କୋରାପୁଟରୁ ଜଣେ କରୋନା ପଜିଟିଭଙ୍କ ପରେ ଯାଜପୁରରେ ବି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଯାଜପୁର ବ୍ଲକର ବାସୁଦେବପୁର ଅଞ୍ଚଳର ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଦିନକରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଂଚିଛି | ଯାଜପୁରର ଏହି ନୂଆ ଆକ୍ରାନ୍ତ ଜଣକ ପୁରୁଷ ହୋଇଥିବାବେଳେ ସେ କୋଲକାତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏଥିସହ ଯାଜପୁର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି। ଏ ମଧ୍ୟରୁ ୧୮ ଜଣ ପଶ୍ଚିମବଙ୍ଗ ଫେରନ୍ତ ବୋଲି ସୂଚନା ରହିଛି।  ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ଯାଜପୁର କରୋନା ମାନଚିତ୍ରରେ ସ୍ଥାନୀତ ହୋଇଛି।

ଏହି ପଜିଟିଭ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ପଜିଟିଭ ସଂଖ୍ୟା ୧୧୧ରେ ପହଂଚିଛି । ରାଜ୍ୟରେ ମୋଟ ସକ୍ରିୟ ସଂଖ୍ୟା ୭୩ ରହିଥିବା ବେଳେ ଏଯାବତ ୩୭ ଜଣ ସୁସ୍ଥ ହୋଇଛନ୍ତି ।


ଯାଜପୁର ଜିଲ୍ଲାର ଯାଜପୁର ବ୍ଲକ୍ ଓ ଦଶରଥପୁର ବ୍ଲକ୍‌ରେ ଶତାଧିକ ଲୋକ କୋଲକାତାରୁ ଫେରିଥିବା ବେଳେ ଏବେ ଭୟଙ୍କର ସ୍ଥିତି ଉପୁଜିଛି। ଏବେ ସୁଦ୍ଧା ‌ଜିଲ୍ଲାରେ ମୋଟ ୧୯ଜଣ କରୋନା ରୋଗୀଙ୍କ ମଧ୍ୟରୁ ଯାଜପୁର ବ୍ଲକ୍‌ର ୮ଜଣ ଓ ଦଶରଥପୁର ବ୍ଲକ୍‌ର ୯ଜଣ, କୋରେଇର ଜଣେ ଓ ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳର ଜଣେ  ଚିହ୍ନଟ ହୋଇଛନ୍ତି।  ବ୍ରହ୍ମବରଦା କରୋନା ରୋଗୀଙ୍କ ନିଜାମୁଦ୍ଦିନ ଲିଙ୍କ୍‌  ରହିଥିବା ବେଳେ  ଅନ୍ୟ ୧୮ଜଣ ରୋଗୀଙ୍କର କୋଲକାତା ଲିଙ୍କ୍ ‌ବୋଲି ସ୍ପଷ୍ଟ ହୋଇଛି। ଜିଲ୍ଲାରେ ଜଣେ ସୁସ୍ଥ ହୋଇଥିବାବେଳେ ୧୮ଟି ସକ୍ରିୟ ମାମଲା ରହିଛି | ସେହିପରି ପଡ଼ୋଶୀ ବାଲେଶ୍ୱରରେ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬ ଜଣ ସକ୍ରିୟ ରହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe