ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ୨ ଜଣଙ୍କ ନାମରେ ଗୋଟିଏ ପଞ୍ଜୀକରଣ ସଂଖ୍ୟା: ଚାକିରି ପାଇବା ପରେ ସମସ୍ୟା ସୃଷ୍ଟି

Advertisment

ପ୍ରକୃତରେ କିଏ ଜାଲ କରି ନମ୍ବର ବଦଳାଇଛି, ଏହାର ତଦନ୍ତ ଚାଲିଛି:ଜିଲ୍ଲା ନିୟୋଜନ ଅଧିକାରୀ

ପ୍ରକୃତରେ କିଏ ଜାଲ କରି ନମ୍ବର ବଦଳାଇଛି, ଏହାର ତଦନ୍ତ ଚାଲିଛି:ଜିଲ୍ଲା ନିୟୋଜନ ଅଧିକାରୀ

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ୨ ଜଣଙ୍କ ନାମରେ ଗୋଟିଏ ପଞ୍ଜୀକରଣ ସଂଖ୍ୟା: ଚାକିରି ପାଇବା ପରେ ସମସ୍ୟା ସୃଷ୍ଟି

ରାୟଗଡା: ରାୟଗଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ଏବେ ଗୋଟିଏ ପଞ୍ଜିକରଣ ସଂଖ୍ୟାକୁ ନେଇ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଚାଲିଛି ଟଣାଓଟରା।ରାୟଗଡା ଜିଲ୍ଲାର ଗୁଣୁପୁର ଅଂଚଳର ବି.ହରିପ୍ରସାଦ ଗତ ୨୦୨୨ ମସିହାରେ ନିଜ ନାମ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକରଣ କରିଥିଲେ। ତାଂକ ୨୦୨୨ ମସିହା ଅକ୍ଟୋବର ୨୮ ତାରିଖରେ ତାଂକର ପଞ୍ଜିକରଣ ସଂଖ୍ୟା ଓଡି୨୭୧୨୦୨୨୧୪୦୩ ବୋଲି କୁହାଯାଇଛି। ଏଥିସହ ତାଂକୁ ଏନେଇ ସର୍ଟିଫିକେଟ ମଧ୍ୟ ଦିଆଯାଇଛି।ତେବେ ଚଳିତ ଜାନୁଆରିରେ ହୋଇଥିବା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ବି.ହରି ପ୍ରସାଦ କୃତକାର୍ଯ୍ୟ ହୋଇନଥିବା ବେଳେ ଗୁଣୁପୁରର ହାଇସିଂ ବୋର୍ଡ କଲୋନିର ବି.ଦୁର୍ଗା ରାଓଙ୍କ ପୁଅ ଭି.ସାଇ କିରଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ତେବେ ସେ ଦେଇଥିବା କର୍ମ ନିୟୋଜନ କାର୍ଯ୍ୟାଳୟର ପଞ୍ଜିକରଣ ସଂଖ୍ୟା ମଧ୍ୟ ଓଡି୨୭୧୨୦୨୨୧୪୦୩ ଥିଲା। ହରିପ୍ରସାଦ ଯେତେବେଳେ ପୁନଃ ପିଇଓ ପାଇଁ ଯେତେବେଳେ ନାମାଙ୍କନ ପତ୍ର ଦାଖଲ କଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଂକ କର୍ମ ନିୟୋଜନ ପଞ୍ଜିକରଣ ସଂଖ୍ୟା କମ୍ୟୁଟରରୁ ଉଡିଯାଇଥିବା ବେଳେ ସେହି ସଂଖ୍ୟା ସାଇ କିରଣ ନାମରେ ରହିଛି। ସେ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ କର୍ମ ନିୟୋଜନ ଅଧିକାରୀଙ୍କୁ ଭେଟି ଦରଖାସ୍ତ କଲେ। ଏବେ ହରିପ୍ରସାଦ ପିଇଓ ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟ ପାସ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ କର୍ମ ନିୟୋଜନ ପଞ୍ଜିକରଣ ସଂଖ୍ୟା ଦେବାକୁ ପଡିବ। ତେବେ ତାଂକ ପାଖରେ ସେହି ସଂଖ୍ୟା ନାହିଁ। ସେ ଏବେ କଣ କରିବେ କିଛି ବୁଝିପାରୁନାହାନ୍ତି। ଏନେଇ ପୁଲିସ ନିକଟରେ କେଶ ରୁଜୁ କରିବା ପରେ ପୁଲିସ ଏହାର ତଦନ୍ତ କରୁଛି।

publive-image

ଅନ୍ୟଦିଗରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ବମସି ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏନେଇ ପୁଲିସ ସହ ଯୋଗାଯୋଗରେ ରହିଥିବା ସହ ଏହା ଅନଲାଇନରେ ନାମ ପଞ୍ଜିକରଣ ହେଉଥିବାରୁ କେଉଁଠି ଭୁଲ ରହିଛି ତାହା ତଦନ୍ତ କରାୟାଉଛି ବୋଲି କହିଥିଲେ। ଯିଏ କେହିବି ଯଦି ଏଥିରେ କୌଣସି ଏପଟସେପଟ କରିଛି ତେବେ ସେ ନିଶ୍ଚିତ ଭାବେ ଆଇନ ଅନୁଯାୟୀ ଦଣ୍ଡ ଭୋଗିବେ ବୋଲିକହିଥିଲେ।ତେବେ ଦୁଇ ଜଣଙ୍କର ପଞ୍ଜିକରଣ କେବେ କରିଥିଲେ, କିଏ ଆଗ ପାଇଥିଲା, କେଉଁଠି ଭୁଲ ରହିଛି ସେସବୁର ଟିକିନିଖି ଯାଞ୍ଚ ଚାଲିଥିବା ମଧ୍ୟ କହିଥିଲେ। ସାଇ କିରଣ କନେଷ୍ଟବଳ ଚାକିରି ପାଇଥିଲେ ମଧ୍ୟ କର୍ମ ନିୟୋଜନ କାର୍ଯ୍ୟାଳୟରୁ ତାଂକୁ ଏନଓସି ପ୍ରଦାନ କରାଯାଇ ନାହିଁ। ତେଣୁ ତଦନ୍ତ ପରେ ହିଁ ସବୁ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ହରିପ୍ରସାଦ ପଞ୍ଜିକରଣ ସଂଖ୍ୟାର ସାର୍ଟିଫିକେଟ ଅସଲି ରଖିଥିବା ଯୁକ୍ତି ବାଢିବା ସହ ସେ ଏହି ଚାକିରି ହାତଛଡା ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଦୁଃଖର ସହ କହିଛନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe