ପୁଲିସ, ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨

Advertisment
ପୁଲିସ, ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨

Times of India

କଟକ : ରାଜ୍ୟ‌ରେ ଲାଗୁ ‌ହୋଇଛି ‌ହୋଇଛି ଏମରଜେନସି ରେସପନ୍‌ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨। ଏଣିକି ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ୧୦୧ ବଦଳରେ ସିଧାସଳଖ ଲୋକ ୧୧୨କୁ କଲ କରିପାରିବେ। ଏଣିକି କେ‌ବଳ ୧୧୨ ହିଁ ଏକମାତ୍ର ଜରୁରୀ ସେବା ନମ୍ବର ରହିବ।

ଏହି ସେବା ଦ୍ବାରା ମହିଳା ଓ ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ। ଜରୁରୀ ସମୟରେ ଏହି ନମ୍ବରକୁ ଫୋନ କଲେ ତୁରନ୍ତ ସେବା ମିଳିପାରିବ। ସେହିଭଳି ପୂର୍ବରୁ ଜରୁରିକାଳୀନ ପୁଲିସ ସହାୟତା ପ‌ାଇଁ ୧୦୦ ନମ୍ବର ମଧ୍ୟ ଏହା ସହିତ ମିଶାଇ ଦିଆଯାଇଛି। ଏ ନେଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପ୍‌କୁ ଡାଉନଲୋଡ କରିବାକୁ କୁହାଯାଇଛି। ଏହି ଆପ୍‌ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ନାମ ପଞ୍ଜୀକରଣ କରିବା ସହିତ ଲୋକଙ୍କୁ ସ‌ହଯୋଗ କରିବାକୁ ନିବେଦନ କରାଯାଇଛି। ତେଣୁ ଲୋକମାନେ ୧୦୧ ବଦଳରେ ୧୧୨କୁ ଫୋନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe