ଦାଦନ ଦୁଃଖ: ସଡ଼କ ଦୁର୍ଘଟଣାରେ ଚେନ୍ନାଇରେ ଜଣେ ଓଡ଼ିଆ ଶ୍ରମିକ ମୃତ, ଅନ୍ୟ ଜଣେ ଆହତ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜଳସୁଆଁ ଗ୍ରାମର ଅତୁଳ ଚରଣ ସାହୁ(୩୮) ଙ୍କର ତାମିଲନାଡୁ  ଚେନ୍ନାଇ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁବାର ଦିନ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ଜଳସୁଆଁ ଗ୍ରାମର ଧ୍ରୃବଚରଣ ସାହୁଙ୍କ ପୁଅ ଅତୁଳ ଚରଣ ସାହୁ ଏବଂ କୃଷ୍ଣଚନ୍ଦ୍ର ରଣାଙ୍କ ପୁଅ  ଟୁନା ରଣା ସାଥି ହୋଇ  ଚେନ୍ନାଇ ସହରର ଏକ ଘରୋଇ କମ୍ପାନିରେ ଠିକା ଶ୍ରମିକ ଭାବେ ଦୀର୍ଘଦିନ ହେଲା  କାର୍ଯ୍ୟ କରି ଆସୁଥିଲେ। ସୋମବାର କାର୍ଯ୍ୟ ସାରି ଏକ ବାଇକ ଯୋଗେ ରହୁଥିବା ସ୍ଥାନକୁ ଫେରୁଥିବା ସମୟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଅତୁଳ ଚରଣ ସାହୁଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଛନ୍ତି।

ଖବର ମିଳିବା ପରେ ଜଳସୁଆଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘରେ  ବୁଢା ବାପା ମାଆ ସହ ବିଧବା ପତ୍ନୀ ଏବଂ ୮ ବର୍ଷର  ପୁଅ ଥିବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିକୁ ହରାଇ ବାପାମାଆ ଏବଂ ପତ୍ନୀ ବାହୁନି କାନ୍ଦୁଛନ୍ତି। ଜିଲ୍ଲା ପ୍ରଶାସନ ଏଭଳି ଘଟଣାରେ ଅସହାୟ ପରିବାରକୁ ସହାୟତାର ହାତ ବଢାଇବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe