ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ପରିବାରର ଜଣେ ସଦସ୍ୟଙ୍କୁ ଚତୁର୍ଥ ଶ୍ରେଣୀରେ ମିଳିବ ନିଯୁକ୍ତି

Advertisment
ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ପରିବାରର ଜଣେ ସଦସ୍ୟଙ୍କୁ ଚତୁର୍ଥ ଶ୍ରେଣୀରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏଣିକି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ପରିବାରର ଦୁରାବସ୍ଥାକୁ ଦୃଷ୍ଟିରେ ରଖି ମୃତବ୍ୟକ୍ତିର ପରିବାରର ପ୍ରତିପୋଷଣ ନିମନ୍ତେ ସେହି ପରିବାରର ଏକ ସଦସ୍ୟଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବିରେ ଅନୁକମ୍ପାମୂଳକ ନିଯୁକ୍ତି ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ, ୧୯୯୦ ବ୍ୟବସ୍ଥା ଅଛି। କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି।

ପ୍ରଚଳିତ ନିୟମାନୁଯାୟୀ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ମୂଳ ପଦବିରେ ଖାଲି ଥିବା ୧୦ ପ୍ରତିଶତ ପଦବିରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଏଥି ନିମନ୍ତେ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି।  ସେମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ ନିମନ୍ତେ ପ୍ରଚଳିତ ୧୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

publive-image Photo: Zee News

ଅଧିକନ୍ତୁ ପ୍ରଶାସନରେ ଦକ୍ଷତା ବୃଦ୍ଧି, ସମୟୋପଯୋଗୀ ସେବା ପ୍ରଦାନ ତଥା ଉଚ୍ଚ ଶିକ୍ଷିତ ଯୁବାବର୍ଗଙ୍କୁ ନିଯୁକ୍ତିରେ ସୁଯୋଗ ଦେବା ପାଇଁ ପ୍ରଚଳିତ ଥିବା ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ପଦବି ବଦଳରେ କେବଳ ଚତୁର୍ଥ ଶ୍ରେଣୀ ପଦବିରେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଉପରୋକ୍ତ ମତେ ପ୍ରଚଳିତ ଥିବା ନିୟମାବଳୀ, ୧୯୯୦କୁ ପରିବର୍ତ୍ତନ କରାଯାଇ ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ, ୨୦୨୦ର ପ୍ରଣୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe