ଗ୍ୟାସ ସିଲିଣ୍ଡର ଫାଟିଲା; ଘରର ଛାତ ଉଡ଼ିଲା, ଜଣେ ବୃଦ୍ଧା ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟିଲା; ଘରର ଛାତ ଉଡ଼ିଲା, ଜଣେ ବୃଦ୍ଧା ଗୁରୁତର

ଡୁଙ୍ଗୁରିପାଲି: ଗ୍ୟାସ୍‌ ଦୋକାନରେ ଗୋଟିଏ ପରେ ଗୋଟିଏ ଗ୍ୟାସ ସିଲିଣ୍ଡର ଫାଟିଛି। ଏହି ବିସ୍ଫୋରଣରୁ ଉତ୍ପନ୍ନ ହୋଇଥିବା ନିଆଁରେ ଗୋଟିଏ ବଖରା ଘର ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଛି। ବିସ୍ଫୋରଣ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ଗୁରୁତର ଆହତ ‌ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସ୍ଥାନୀୟ ରେଳଲାଇନପଡାରେ ଏହି ଅଭାବନୀୟ ଅଘଟଣ ଘଟିଥିବା ଜଣାପଡ଼ିଛି। ଗୁରୁତର ବୃଦ୍ଧାଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରେଳଲାଇନ୍‌ପଡ଼ାରେ ଥିବା ଏକ ଗ୍ୟାସ୍‌ ଦୋକାନରେ କୌଣସି କାରଣରୁ ପ୍ରଥମେ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିଥିଲା। ଏହା ପରେ ଆହୁରି ଅନେକଗୁଡ଼ିକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ଏକ ଘର ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ହୁତୁହୁତୁ ନିଆଁ ଜଳୁଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe