ଆଗମନ ଆରମ୍ଭ: ଗୋଟିଏ ଅଲିଭ୍‌ ରିଡ୍‌ଲେ ଦେଇଛି ୧୪୨ ଅଣ୍ଡା

Advertisment
ଆଗମନ ଆରମ୍ଭ: ଗୋଟିଏ ଅଲିଭ୍‌ ରିଡ୍‌ଲେ ଦେଇଛି ୧୪୨ ଅଣ୍ଡା

ବ୍ରହ୍ମପୁର/ଗଞ୍ଜାମ: ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣଅଣ୍ତାଦାନ ପାଇଁ ପ୍ରସିଦ୍ଧ ଗଞ୍ଜାମ ଉପକୂଳରେ ଚଳିତ ବର୍ଷ ଅଲିଭ୍ ‌ରିଡ୍‌ଲେଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇ ଯାଇଛି। ଗଞ୍ଜାମ ଉପକୂଳକୁ ପ୍ରଥମ ଅଲିଭ୍‌ ରିଡ୍‌ଲେ ଆସି ୧୪୨ଟି ଅଣ୍ଡାଦାନ କରିଛି। ସମୁଦ୍ରରେ ଅଗଭୀର ଜଳରାଶିରେ କାଁ ଭାଁ ଗୋଟିଏ ଲେଖାଏଁ ଅଲିଭ୍‌ ରିଡ୍‌ଲେ ଦୃଶ୍ୟମାନ ହେଉଛନ୍ତି, ହଜାର ହଜାର କଇଁଛ ଗଭୀର ସମୁଦ୍ରରେ। ଗତ ୩ ତାରିଖରେ ଗୋଖରକୁଦା ବେଳାଭୂମିକୁ ୪ଟି ଅଲିଭ୍‌ ରିଡ୍‌ଲେ ଆସି (ଫଲ୍‌ସ୍‌ ନେଷ୍ଟିଂ) ଅଣ୍ଡାଦାନ ନକରି ପଳାଇଥିଲେ। ସେଦିନ ଅଣ୍ଡାଦାନ କରିଥିବା ଏକମାତ୍ର ଅଲିଭ୍‌ ରିଡ୍‌ଲେ ୧୪୨ ଅଣ୍ତା ଦେଇଥିବା ଜଣାପଡ଼ିଛି। ଉକ୍ତ ଅଣ୍ତା ଗୁଡ଼ିକକୁ ବନବିଭାଗ ପକ୍ଷରୁ ସ˚ଗ୍ରହ କରି ହ୍ୟାଚେରୀରେ ରଖାଯାଇଛି। ନଭେମ୍ବର ମାସ ପରେ ବେଳେ ବେଳେ ଏଭଳି ଗୋଟିଏ ଦୁଇଟି କଇଁଛ ଆସି ଅଣ୍ତା ଦେଇ ପଳାଇ ଯାଇଥାନ୍ତି। ଏହାକୁୁ ସ୍ପୋରାଡ଼ିକ୍‌ ନେଷ୍ଟିଂ କୁହାଯାଏ। କିନ୍ତୁ ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ମାର୍ଚ୍ଚ ମାସ ମଧ୍ୟରେ ଗଣ ଅଣ୍ତାଦାନ ହୋଇଥାଏ।

publive-image The Logical Indian

ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା, ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ଏବ˚ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଦେବୀ ମୁହାଣ ଅଞ୍ଚଳରେ ବରିଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ତାଦାନ କରିଥାନ୍ତି। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି। କିନ୍ତୁ ଅଲିଭ୍‌ ରିଡ୍‌ଲେ ଋଷିକୁଲ୍ୟା ମୁହାଣ, ଗୋଖରକୁଦା, ପୁରୁଣାବନ୍ଧ ଉପକୂଳରେ ଗଣ ଅଣ୍ତାଦାନ କରିଥାନ୍ତି। ୨୦୦୦ ମସିହାରୁ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷିତ ଅଣ୍ଡାଦାନ ଲାଗି ବନ ବିଭାଗ ପଦକ୍ଷେପ ନେଇ ଆସୁଛି। ପୁରୁଣାବନ୍ଧ ଠାରୁ ଗୋଖରକୁଦା ବେଳାଭୂମିରେ ଗଣ ଅଣ୍ଡାଦାନ ହେଉଥିବା ବେଳେ ଏବେ ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ପ୍ରାୟ ୬ କିମି ବେଳାଭୂମିରେ ଗଣ ଅଣ୍ତାଦାନ ହେଉଛି। ୨୦୧୮-୧୯ରେ ଗଣ ଅଣ୍ତାଦାନ ହୋଇ ନ ଥିଲା। ଗତବର୍ଷ ୩ ଲକ୍ଷରୁ ଉର୍ଦ୍ଧ୍ବ ଅଲିଭ୍‌ ରିଡ଼୍‌ଲେ ଅଣ୍ତା ଦେଇଥିଲେ। ଏପରିକି ଗଣ ଅଣ୍ଡାଦାନ ସାଧାରଣତଃ ରାତିରେ କରୁଥିବା ବେଳେ ଗତ ବର୍ଷ ଦିନରେ ହଜାର ହଜାର କଇଁଛ ଗଣ ଅଣ୍ତାଦାନ କରିଥିଲେ। ଏଥିସହ ଏକ ଆଲବିନୋ କଇଁଛ ଗଞ୍ଜାମ ଉପକୂଳରେ ପ୍ରଥମ ଥର ଲାଗି ଦେଖା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe