ଫେକ୍ ଆଇଡିରେ ବ୍ଲାକମେଲିଂ, ଜଣେ ଗିରଫ

Advertisment
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଗିରଫ

Image Courtesy of Times Now

ଭଞ୍ଜନଗର: ଫେକ୍‌ ଆଇଡି ଖୋଲି ସୋସିଆଲ୍‌ ମିଡିଆରେ ଅପ୍ରଚାର କରି ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ପୁଲିସ ଆଜି କଟକ ଜିଲ୍ଲା ନେମାଳ ଥାନା ଇଲାକାର ପିକା ଭୂୟାଁ(୫୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି। ବୁଗୁଡା ଥାନା କରଚୁଲି ଠାରେ ରହିଥିବା ଏକ ଆଶ୍ରମର ସନ୍ଥ ତଥା ଅଖିଳ ଭାରତୀୟ ସନ୍ଥ ସମିତିର ସଭାପତି ସତ୍ୟନାରାୟଣ ବ୍ରହ୍ମଚାରୀଙ୍କ ଅଭିଯୋଗ କ୍ରମେ ଭଞ୍ଜନଗର ଥାନା ପୁଲିସ ପୁଲିସ କେସ୍‌ ନମ୍ବର ୮୯୦/୨୩ରେ ପିକାକୁ କୋର୍ଟ ଚାଲାଣ କରିଛି।

ପିକା ନିଜକୁ ବିଶ୍ବଗୁରୁ ଜ୍ଞାନନନ୍ଦ ସରସ୍ବତୀ ଭାବେ ପରିଚୟ ଦେଇ ବିଭିନ୍ନ ସମୟରେ ସାଧୁସନ୍ଥଙ୍କ ଚରିତ୍ରକୁ ନେଇ ନାନା ଅପପ୍ରଚାର କରୁଥିଲା। ଅଭିଯୋଗକାରୀ ସତ୍ୟାନନ୍ଦ ବ୍ରହ୍ମଚାରୀଙ୍କ ନାମରେ ସୋସିଆଲ୍‌ ମିଡ଼ି​ଆରେ ନକଲି ଆଇଡି ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଆପତ୍ତିଜନକ ପୋଷ୍ଟ କରୁଥିଲା। ଏପରିକି ଟଙ୍କା ମାଗିବା ମଧ୍ୟ ଅଭିଯୋଗ ହୋଇଛି। ଗତକାଲି ଦୁର୍ଗାପ୍ରସାଦ ଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ହୋଇଥିଲା। ଏ ନେଇ ସତ୍ୟନାରାୟଣ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ପିକାକୁ ଗିରଫ କରିଛି। ତା’ ନିକଟରୁ ୨ଟି ମୋବାଇଲ ଓ ଲାପ୍‌ଟପ୍‌ ଜବତ ହୋଇଥିବା ଜଣାପଡ଼ିଛି। ସେ ଏଭଳି ଅନେକ ସାଧୁସନ୍ଥଙ୍କୁ ବ୍ଳାକ୍‌ମେଲ୍ କରୁଥିବା ପୁଲିସ ଜାଣିବାକୁ ପାଇଛି। ପିକା ନାମରେ ପୂର୍ବରୁ ବୁଗୁଡ଼ା ସହିତ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe