କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଶ୍ରୀପତିତପାବନ ଜିଉଙ୍କ ରଥ ଟଣା ବେଳେ ଘଟିଛି ଏକ ଅଘଟଣ। ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ସମୟରେ ରଥ ଚଢ଼ିଯିବାରୁ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅଳଭା ଗ୍ରାମର ନିରଞ୍ଜନ ଜେନା। ପୋଲିସ ଖବର ପାଇ ମୃତ ଦେହ ଜବତ କରିଛି। ଅଘଟଣ ପରେ ରଥାରୂଢ ଶ୍ରୀଜିଉମାନଙ୍କୁ ମହାସ୍ନାନ କରାଯାଇଛି ଓ ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପଟ୍ଟାମୁଣ୍ଡାଇ : ରଥ ଚଢ଼ିଯିବାରୁ ଜଣେ ଭକ୍ତଙ୍କର ମୃତ୍ୟୁ
Advertisment
Follow Us