ପାଟଣାଗଡ଼ରେ ଓଲଟିଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର: ଚାଲିଗଲା ଜଣଙ୍କର ଜୀବନ

Advertisment
ପାଟଣାଗଡ଼ରେ ଓଲଟିଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର: ଚାଲିଗଲା ଜଣଙ୍କର ଜୀବନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଲ ଗ୍ରାମରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବୀ ଜଣାପଡିଛି। ମୃତଦେହ ଏ ପର୍ଯ୍ୟନ୍ତ ଦିଶୁ ନ ଥିବା ବେଳେ ଜେସିବି ସାହାଯ୍ୟରେ ବାହାର କରା ଯାଉଥିବା ଜଣାପଡିଛି।

ଭୋରରେ ଏକ ଟ୍ରାକ୍ଟର ଓଡି ୦୩ ଟି ୩୬୦୬ରେ ଶାଗୁଆନ ଗଣ୍ଡି ବୋଝେଇ ହୋଇ ଯାଉଥିଲା। ଏହି ସମୟରେ ବନମାଲ ଗ୍ରାମରୁ ୧ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଶାଗୁଆନ କାଠ ସବୁ ପଡିବା ସହ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କୁ ଜୈସିବି ସାହାଯ୍ୟରେ ଉଦ୍ଧାର କରା ଯାଉଥିବା ଜଣାପଡିଛି। ଟ୍ରାକ୍ଟରଟି ସଇନ୍ତଳା ଅଞ୍ଚଳ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ମୃତକଙ୍କ ନାଁ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe