ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

Advertisment
ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

image source--new indian express

ବ୍ରହ୍ମପୁର: ଗଞ୍ଜାମ ଖଲିକୋଟ ବ୍ଲକ ବଡ଼ରାମପଲ୍ଲୀ ଗାଁ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ମୃତ ଯୁବକ ହେଲେ କୋମଣ୍ଡ ଗାଁର କେ ପଦ୍ମରେଡି। ସେହିପରି ଗୁରୁତର ଯୁବକ ଜଣଙ୍କ ଗୁଡିଝର ଗାଁର ନୃସିଂହ ନାଥ ପଣ୍ଡା ବୋଲି ଜଣାଯାଇଛି।
ସୂଚନା ମୁତାବକ ଦୁହେଁ ଶନିବାର ରାତି ସାଢ଼େ ୧୦ଟା ବେଳେ ଅଟୋ ଯୋଗେ ପୁରୁଷୋତ୍ତମପୁରରୁ ନିଜ ଗାଁ ଅଭିମୁଖେ ଆସୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଉଭୟଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ଡାକ୍ତର ପଦ୍ମରେଡିଙ୍କୁ ମୃତ ଘୋଷଣା କରିଥିଲେ।
ଏଣେ ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବକ କେ. ପଦ୍ମରେଡି ଜଣେ ଠିକାଦାର ହୋଇଥିବାରୁ ଠିକାକାମକୁ ନେଇ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe