ଜୀବନକୁ ବାଜି ଲଗାଇ ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଲେ ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ସଦସ୍ୟ

Advertisment
ଜୀବନକୁ ବାଜି ଲଗାଇ ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଲେ ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ସଦସ୍ୟ

ରାଜନଗର: ଗତକାଲି ରାତି ପ୍ରାୟ ୧୧ଟା ବେଳେ ତାଳଚୁଆ ରାଜନଗର ରାସ୍ତାରେ ଏକ ଅଜଣା ଗାଡ଼ିରେ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତି ତାଳଚୁଆର ଏକ ବ୍ୟକ୍ତିକୁ ଜୋର୍ ଜବରଦସ୍ତ ଉଠାଇ ନେଇଯାଉଥିବା ସମୟରେ କୌଣସି ମତେ ଖବର ପାଇ ତାଲଚୁଆ ଥାନା କର୍ମଚାରୀ ଅଭିଜିତ ଦାସଙ୍କ ସହିତ ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ସଦସ୍ୟ ରବୀନ୍ଦ୍ର ସିଂ , ଯଶବନ୍ତ ସିଂ, ପବିତ୍ର କରଣ , ଶୁଭ୍ରାଂଶୁ ଶେଖର ସ୍ୱାଇଁ , କୌଶଳ କରି ଜୀବନକୁ ବାଜି ଲଗାଇ ସେମାନଙ୍କୁ କାବୁ କରି ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।
ନଳିତାପାଟିଆ ନିକଟରେ ରାସ୍ତାକୁ ବନ୍ଦ କରି ଗାଡ଼ିକୁ ଅଟକାଇ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି। ଅପହରଣକାରୀ ଏକ କ୍ରେଟା କାରରେ ଯୁବକଙ୍କୁ ଟିକାୟତ ନଗର ଛକରୁ ଉଠାଇ ଆଣିଥିଲେ। ଯୁବକଙ୍କ ହାତ, ଗୋଡ଼ ବାନ୍ଧି ମୁହଁରେ ସେଲୋ ଟେପ ଲଗାଇ ଗାଡ଼ିରେ ପୁରାଇ ଆଣିଥିଲେ। ତାଳଚୁଆରୁ ଖବର ପାଇ ନଳିତାପାଟିଆ ଛକରେ ଯୁବକମାନେ କୌଶଳକ୍ରମେ ଗାଡ଼ିକୁ ଅଟକାଇ ଯୁବକଙ୍କୁ ଉଦ୍ଧାର କରିଛନ୍ତି।

ଅପହରଣକାରୀଙ୍କ ପାଖରୁ ୫ ଟି ଖଣ୍ଡା, ଗୋଟିଏ ବନ୍ଧୁକ , ଲଙ୍କା ଗୁଣ୍ଡ ସହ ଦଉଡ଼ି, ହକି ବାଡ଼ି ଜବତ କରି ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନ ସଦସ୍ୟ ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ଜଣାଇଥିଲେ । ଶ୍ରୀ ବାରିକ ଘଟଣା ସ୍ଥଳରେ ପହଞ୍ଚି ସନ୍ଦିଗ୍ଧମାନଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ୪ ଜଣଙ୍କ ଘର ଆଳି ଓ ପଟ୍ଟାମୁଣ୍ଡାଇ ଅ଼ଞ୍ଚଳରେ ବୋଲି ଜଣାପଡ଼ିଛି। ଏପରି ଏକ ଦୁଃସାହସିକ କାର୍ଯ୍ୟ ପାଇଁ ଅଭିଜିତ ଦାସ ଓ ବିଜୁ ଯୁବବାହିନୀ ଓ ରାହା ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe