ବୈତରଣୀରେ ଭାସିଗଲେ ୩ଜଣ; ଜଣେ ଉଦ୍ଧାର, ଦୁଇଜଣ ନିଖୋଜ

ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

ଆନନ୍ଦପୁର : ଜାଳକାଠ ସଂଗ୍ରହ ବେଳେ ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ୍ ନିକଟରେ ତିନିଜଣ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି।

ସୂଚନା ଅନୁସାରେ ସ୍ଥାନୀୟ କୁମୁଣିଆ ଗ୍ରାମର ଜଗବନ୍ଧୁ ନାଇକ(୩୫), କ୍ଷୀରୋଦ ନାଇକ(୪୨) ଓ ମାୟାଧର ନାଇକ(୪୦) ଏକ ଟ୍ୟୁବ୍‌ ଯୋଗେ ପୂର୍ବାହ୍‌ଣ ସାଢେ ୮ଟାବେଳେ ବନ୍ୟାଜଳରୁ ଜାଳକାଠ ସଂଗ୍ରହ ପାଇଁ ବୈତରଣୀ ନଦୀ ଭିତରକୁ ଯାଇଥିଲେ। ପୂର୍ବାହ୍‌ଣ ପ୍ରାୟ ୧୧ଟାବେଳେ ସେମାନେ କାଠ ସଂଗ୍ରହ କରି ଟ୍ୟୁବ୍‌ରେ ଫେରୁଥିଲେ। ସେମାନେ ତଳମୁଣ୍ଡରେ ଝାଡ଼େଶ୍ବର ମନ୍ଦିର ନିକଟରେ କାଠ ଭେଳାକୁ କୂଳକୁ ଲଗାଇବା ଲକ୍ଷ୍ୟରେ ବ୍ୟାରେଜ୍ ଭିତର ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଟ୍ୟୁବ୍‌ଟି ଓଲଟି ପଡିବାରୁ ତିନିଜଣଯାକ ଭାସି ଯାଇଥିଲେ। ନଦୀର ପ୍ରଖର ସ୍ରୋତରେ କ୍ଷୀରୋଦ ଓ ମାୟାଧର ଭାସି ଯାଇଥିବାବେଳେ ଜଗବନ୍ଧୁ ପିଲର ସାଇଡ଼କୁ ଧରି କୌଣସି ମତେ ରହି ଯାଇଥିଲେ। ଦୀର୍ଘ ଦେଢଘଣ୍ଟା ଧରି ଏପରି ଅବସ୍ଥାରେ ରହିଥିଲେ। ତାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ଆନନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଜଗବନ୍ଧୁଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ। ଆଉ ଦୁଇଜଣ ଭାସି ଯାଇଥିବା ଖବର ଜଣାପଡ଼ିବା ପରେ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ୫ କିମି ଦୂର ଫକୀରପୁର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe