ଅପରେସନ୍‌ରେ ବାହାରିଥିବା ଟିମ୍‌ ଉପରେ ଆକ୍ରମଣ; ବିସ୍ଫୋରଣରେ ଜଣେ ଯବାନ୍‌ ଆହତ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Advertisment
ଅପରେସନ୍‌ରେ ବାହାରିଥିବା ଟିମ୍‌ ଉପରେ ଆକ୍ରମଣ; ବିସ୍ଫୋରଣରେ ଜଣେ ଯବାନ୍‌ ଆହତ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Sambad

ମାଲକାନଗିରି: ପଡୋଶୀ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀମାନେ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣର ଶିକାର ହୋଇଛନ୍ତି ସର୍ଚ୍ଚଅପରେସନ୍‌ରେ ବାହାରି ଥିବା ଏସ୍‌ଏସ୍‌ବି ୩୩ ବାଟାଲିଅନ୍‌ର ଜଣେ ଯବାନ୍‌। ଗୁରୁତର ଆହତ ଯବାନଙ୍କୁ ତାଙ୍କର ସହକର୍ମୀ ମାନେ ଅନ୍ତାଗଢ଼ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଯବାନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି।

ମାଓବାଦୀ ମାନେ ବିସ୍ଫୋରଣ କରିବା ସହିତ ଗୁଳି କରିଥିଲେ। ଯବାନ୍‌ ମାନେ ଏହାର କଡ଼ା ଜବାବ୍‌ ଦେଇଥିଲେ। ଯବାନ୍‌ ଓ ନକ୍ସଲଙ୍କ ମଧ୍ୟରେ ପାଖାପାଖି ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଏନ୍‌କାଉଣ୍ଟର ହୋଇଥିଲା ବୋଲି କହିଛନ୍ତି କାଙ୍କେର୍‌ ଏସ୍‌ପି ସଳଭ ସିହ୍ନା।

ତାଡୋକୀ ଥାନା ଅନ୍ତର୍ଗତ କୋସରୁଣ୍ଡା ଶିବିରରେ ମୁତୟନ ଥିବା ଯବାନ ମାନେ ଅନ୍ୟଦିନ ଭଳି ଶୁକ୍ରବାର ମଧ୍ୟ ସର୍ଚ୍ଚଅପରେସନ୍‌ରେ ବାହାରିଥିଲେ। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ପୂର୍ବରୁ ଯୋଜନା ମୁତାବକ ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିଲେ। ଏହି ଅପରେସନ୍‌ ସମୟରେ ଏସଏସ୍‌ବିର ଜଣେ ଯବାନ୍‌ ଜିପି ସୁରେନ୍ଦ୍ରଙ୍କ ଗୋଡରେ ବିସ୍ଫୋରକ ସାମଗ୍ରୀ ଉପରେ ପଡ଼ିଯାଇଥିଲା। ଫଳରେ ବିସ୍ଫୋରଣ ହୋଇଥିଲା।

ତେବେ ବିସ୍ଫୋରଣର ଅଳ୍ପ କିଛି ସମୟ ପରେ ନଦୀର ବିପରୀତ ପାର୍ଶ୍ୱରେ ଅଙ୍କୁଶ ଲଗାଇ ବସିଥିବା ମାଓବାଦୀମାନେ ଯବାନଙ୍କୁ ଲକ୍ଷ୍ୟକରି ଗୁଳି କରିଥିଲେ। ଯବାନ୍‌ ମାନେ ଏହାର ଜବାବ ଦେଇଥିଲେ। ଏହି ଏନ୍‌କାଉଣ୍ଟରେ ଯବାନଙ୍କ ପରାକ୍ରମକୁ ଦେଖି ଶେଷରେ ନକ୍ସଲ ମାନେ ଜଙ୍ଗଲ ଭିତରକୁ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe