ଗଣେଶ ପୂଜାରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଜୀବନହାନି, ଦୁଇ ଗୁରୁତର

ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କର ଜୀବନ

Green Efficient Living

କଟକ: ଗଣେଶ ପୂଜାରେ ଅଘଟଣ। ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର। ଜଣଙ୍କର ମୃତ୍ୟୁ। ଅନ୍ୟ ୨ ଗୁରୁତର। ସୂଚନା ଅନୁଯାୟୀ, ଛାତ୍ରମାନେ ଏକ ଟ୍ରାକ୍ଟରେ ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ୩ ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।

ଦୁଇ ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଦୁଇ ଗୁରୁତରଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଛି। ତେବେ ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe