ଭୁବନେଶ୍ୱର: ଶିକ୍ଷା ସହାୟକମାନେ ଆଗାମୀ ନଭେମ୍ବର ୮ରୁ ଆନ୍ଦୋଳନ କରିବାକୁ ପ୍ରସ୍ତାବ ରଖିଥିବା ବେଳେ ସରକାର ଶିକ୍ଷକଙ୍କ ଉପରେ ନଜର ରଖିଛନ୍ତି। ଆନ୍ଦୋଳନ ନ କରାଇ ଦେବାକୁ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ବିଏନ୍ ପ୍ରଧାନ ଚିଠି ଲେଖିଛନ୍ତି। ଶିକ୍ଷା ବର୍ଷ ମଝିରେ ଥିବାରୁ ଶିକ୍ଷକମାନଙ୍କ ଦ୍ୱାରା ଆନ୍ଦୋଳନ ଯୋଗୁଁ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ ସେମାନେ ଆନ୍ଦୋଳନ ପନ୍ଥାରୁ ଦୂରରେ ରହିବା ଉଚିତ। ଆନ୍ଦୋଳନରେ ଯୋଗ ନଦେବାକୁ ସେ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ବିଭାଗୀୟ ସଚିବ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି। ଚିଠିରେ ଦିନକୁ ଜଣେ ଶିକ୍ଷକ ଛୁଟି ନେଇପାରିବେ ବୋଲି ଆଦେଶ ଦିଆଯାଇଛି। ବିଦ୍ୟାଳୟରେ ପାଠପଢ଼ା ଯେମିତି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅଧିକ ଛୁଟି ନେଉଥିବା ଶିକ୍ଷକଙ୍କ ତାଲିକା ପ୍ରଧାନ ଶିକ୍ଷକଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆଦେଶ ଉଲଂଘନ କରୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନ କହିଛନ୍ତି।
ଶିକ୍ଷକ ଆନ୍ଦୋଳନରେ ଭାଗ ନେଲେ କାର୍ଯ୍ୟାନୁଷ୍ଠାନ ହେବ: ସ୍ୱତନ୍ତ୍ର ଶିକ୍ଷା ସଚିବ
Advertisment
Follow Us