ଗ୍ରାହକଙ୍କ ଅପେକ୍ଷାରେ ରାସ୍ତାକଡ଼ରେ ପସରା ମେଲାଇ ବସିଥିଲେ ପରିବା ବିକାଳୀ, ପିକ୍‌ଅପ୍‌ ଭ୍ୟାନ୍‌ ଚଢ଼ିଯିବାରୁ ଜଣେ ମୃତ

Advertisment

ଏକାଧିକ ଆହତ ବ୍ୟବସାୟୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି, ଘଟଣାସ୍ଥଳରେ ଚାପା ଉତ୍ତେଜନା

ଏକାଧିକ ଆହତ ବ୍ୟବସାୟୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି, ଘଟଣାସ୍ଥଳରେ ଚାପା ଉତ୍ତେଜନା

ଗ୍ରାହକଙ୍କ ଅପେକ୍ଷାରେ ରାସ୍ତାକଡ଼ରେ ପସରା ମେଲାଇ ବସିଥିଲେ ପରିବା ବିକାଳୀ, ପିକ୍‌ଅପ୍‌ ଭ୍ୟାନ୍‌ ଚଢ଼ିଯିବାରୁ ଜଣେ ମୃତ

ଟିଟିଲାଗଡ଼/କଣ୍ଟାବାଞ୍ଜି: ରାସ୍ତାକଡ଼ରେ ପରିବା ପସରା ମେଲାଇ ରାସ୍ତାକଡ଼ରେ ବସିଥିଲେ। ଦିନ ସାରା ପରିବା ବିକି ସନ୍ଧ୍ୟାରେ କିଛି ଟଙ୍କା ନେଇ ଘରକୁ ଫେରିବାକୁ ଆଶା ରଖିଥିଲେ। କିନ୍ତୁ ତାହା ନ ହୋଇ ଅଘଟଣ ଘଟିବାରୁ ଓଲଟା ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି କିଛି ପରିବା ବିକାଳୀମାନଙ୍କୁ। କାରଣ ସେମାନଙ୍କ ଉପରେ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଚଢ଼ିଯାଇଛି। ବଲାଙ୍ଗୀର ଜିଲ୍ଲା ଟିଲାଗଡ଼ରେ ଆଜି ଏଭଳି ଏକ ଅଘଟଣ ଘଟିଛି। ରାସ୍ତାକଡ଼ରେ ପରିବା ବିକ୍ରି କରୁଥିବା ବେଳେ ବ୍ୟବସାୟୀମାନଙ୍କ ଉପରେ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଚଢ଼ିଯାଇଛି। ଏଥିରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ‌ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ରେ ଟିଟିଲାଗଡ଼ ପୁଲିସ ଥାନା ନିକଟରେ ଥିବା ଉଠା ପରିବା ବ୍ୟବସାୟୀମାନେ ନିତି ଦିନ ଭଳି ପରିବା ପସରା ଧରି ରାସ୍ତାକଡ଼ରେ ବସିଥିଲେ। ଏହି ସମୟରେ ଏକ ବୋଲେରୋ ପିକ-ଅପ୍‌ ଭ୍ୟାନ ହଠାତ ପରିବା ବିକାଳୀଙ୍କ ଉପରକୁ ମାଡି ଆସିଥିଲା। ଦେଖୁ ଦେଖୁ ସେଠାରେ କିଛି ପରିବା ବିକାଳୀଙ୍କ ଉପରକୁ ପିକ୍‌-ଅପ୍‌ ଭ୍ୟାନ୍‌ ଚଢ଼ିଯାଇଥିଲା। ଅନେକ ଜୀବନ ବିକଳରେ ପଳାଇବାକୁ ସକ୍ଷମ ହୋଇ ଥିବା ବେଳେ ଆହୁରି କିଛି ପରିବା ବ୍ୟବସାୟୀଙ୍କ ଉପରକୁ ମାଡି ଯାଇଥିଲା ପିକ ଅପ୍‌ ଭ୍ୟାନ।

publive-image

ପିକ୍‌-ଅପ୍‌ ଭ୍ୟାନ୍‌ ମାଡ଼ିଯିବା ପରେ ଅନେକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନ ଦେଖା ଦେଇଛି। ସତ ବେହେରା ଓ ଚତୁର୍ଭୁଜ ମାଝୀ ଗୁରୁତର ଆହତ ହୋଇ ଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିନାହିଁ। ମୃତକ ଜଣକ ଟିଟିଲାଗଡ଼ ଆଦିବାସୀପଡାର ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe