ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ଠାରେ ବୁଧବାର ସନ୍ଧ୍ୟାରେ ଡଙ୍ଗାବୁଡ଼ି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଡଙ୍ଗାବୁଡ଼ି ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହି ଭଳି ଏହି ଘଟଣାରେ ୭ ଜଣ ନିଖୋଜ ଅଛନ୍ତି। ମୃତ ମହିଳାଙ୍କ ନାମ ପ୍ରଭାତୀ ସ୍ୱାଇଁ। କୁଜଙ୍ଗ ଅଂଚଳର ହସିଣା ଗ୍ରାମର ହେଉଛନ୍ତି ପ୍ରଭାତୀ।

ନିଖୋଜ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମବେଦନା ଜଣାଇଛନ୍ତି।

publive-image

ସନ୍ଧ୍ୟା ସମୟରେ ଡଙ୍ଗା ବୁଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଓ ଅସୁବିଧା ଦେଖାଯାଇଛି। ଅଗ୍ନିଶମ ବିଭାଗର ୩ ଟିମ ଥିଲେ ମଧ୍ୟ ଆଗ୍ନିକମାନେ ଅପରେସନରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥି ପାଇଁ ଓଡ୍ରାଫ ଟିମ୍‌ର ସହାୟତା ମଗାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ପାରାଦୀପ ଠାରୁ ସ୍କୁବା ଡ୍ରାଇଭିଂ ଟିମ୍‌ ଏବଂ ତଟରକ୍ଷୀ ବାହିନୀ ଯାଇଛନ୍ତି।

publive-image

ସ୍ଥାନୀୟ ଅଚଂଳରେ ଶୋକାକୂଳ ପରିସ୍ଥିତି ଉପୁଜିଛି। ଉଦ୍ଧାର ହୋଇଥିବା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆ ଜାଳି ଚାରି ପାଖରେ ବସିଛନ୍ତି। ଏଭଳି ପରିସ୍ଥିତିରେ ସ୍ଥାନୀୟ ନେତା ଏବଂ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସଂଜୟ ମିଶ୍ର ପ୍ରମୁଖ ପ୍ରାୟ ୨୦ ଖଣ୍ଡ କମ୍ବଳ ବାଣ୍ଟିଛନ୍ତି।

ସୂଚନା ଅନୁସାରରେ, କେନ୍ଦ୍ରାପଡ଼ା ଜିଲ୍ଲାର  ହୁକିଟୋଲା ବତୀଘରକୁ କୁଜଙ୍ଗ ଅଞ୍ଚଳର ମହିଳା ଓ ଶିଶୁଙ୍କ ସମେତ  ପ୍ରାୟ  ୪୫ଜଣ ପିକ୍‌ନିକ୍‌ କରିବାକୁ ଯାଇଥିଲେ।  ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ  ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe