ଦେୱାନୀ ଅଦାଲତ କିରାଣିଙ୍କୁ ବର୍ଷେ ଜେଲ୍‌

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଆନନ୍ଦପୁର: ତ୍ବରିତ ନ୍ୟାୟ ପ୍ରକ୍ରିୟାରେ ଦୁଇମାସ ମଧ୍ୟରେ ଏକ ମାମଲର ରାୟ ପ୍ରକାଶ ପାଇବା ସହିତ ଆନନ୍ଦପୁର କୋର୍ଟରେ ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲଦଣ୍ଡ ଆଦେଶ ହୋଇଛି। ଆନନ୍ଦପୁର ଦେୱାନୀ ଅଦାଲତର କିରାଣି ରତିକାନ୍ତ ଶତପଥୀ ଗତ ମାର୍ଚ୍ଚ ୩ ତାରିଖ ଅପରାହ୍ଣ ସାଢେ ଦୁଇଟାବେଳେ ଅଦାଲତି କାଗଜପତ୍ର ଧରି ଅଦାଲତରେ ପହଞ୍ଚିଥିଲେ। ତେ‌ବେ ବିଳମ୍ବରେ ପହଞ୍ଚିଥିବାରୁ ତାଙ୍କୁ କାରଣ ଦର୍ଶାଇବାକୁ ମାଜିଷ୍ଟ୍ରେଟ୍ ସବଜଜ୍ ମହାଶ୍ବେତା ପରିଜା କହିଥିଲେ।  ରତିକାନ୍ତ ଏଥିରେ ଉତକ୍ଷିପ୍ତ ହୋଇ ମାଜିଷ୍ଟ୍ରେଟଙ୍କୁ ଗାଳିଗୁଲଜ କରିଥିଲେ।

ଏନେଇ ସବଜଜ୍ ଆନନ୍ଦପୁର ଥାନାରେ ଏତଲା ଦେବାପରେ ପୁଲିସ୍ ଏକ ମାମଲା ରୁଜୁକରିବା ସହିତ ରତିକାନ୍ତଙ୍କୁ ଗିରଫ କରିଥିଲେ। ଜାମିନ୍ ନାମଞ୍ଜୁର ହେବାରୁ ସେହି ଦିନଠାରୁ ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏସ୍‌ଡିଜେଏମ୍ ରଶ୍ମିରେଖା ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ରତିକାନ୍ତଙ୍କୁ ଏକବର୍ଷ ଜେଲଦଣ୍ଡ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସହକାରୀ ଓକିଲ ପ୍ରଦୀପ କୁମାର ଜେନା ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe