ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟିତ କେତେ ବେଳେ ଧାନ ଚାଷରେ ରୋଗପୋକର ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଉଥିବା ବେଳେ ଚାଲିଯାଇଥିବା ବାତ୍ୟା ଦାନା ଯୋଗୁଁ ପାଚିଲା ଧାନ କ୍ଷେତରେ ଲୋଟି ଗଜା ହୋଇଛି। କେତେକ ଚାଷୀଙ୍କ ଧାନ କ୍ଷୀର ଢୋକିବା ସମୟରେ ବି ତଳେ ପଡିଯାଇଛି। ଫଲରେ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ବାତ୍ୟା ଦାନା ପ୍ରକୋପରେ କେଉଁଠି ପାଚିଲା ଧାନ ତ ଆଉ ପୁଣି କେଉଁଠି ଥୋଡ ବାହାରିଥିବା ଧାନ ପବନ ମାଡ଼ରେ ସବୁ ବିଲରେ ଶୋଇ ପଡିଛି। ଆଉ ଧାନ ଉପରେ ବର୍ଷା ପାଣି ଜମି ରହି ଗଜା ହୋଇଯାଇଛି। ତେବେ ବାରମ୍ବାର ଅଭିଯୋଗ ପରେ ବି ଉଜୁଡା ଫସଲ ପରିଦର୍ଶନରେ ଆସୁନାହାନ୍ତି ଅଧିକାରୀ ବୋଲି କହିଛନ୍ତି ସ୍ଥାନୀୟ ଚାଷୀ। 

Advertisment

ଏହି ଖବର ପଢ଼ନ୍ତୁ: ବାତ୍ୟାର ପ୍ରଭାବରେ ଏକର ଏକର ଜମିର ଧାନ ଫସଲ ଉପୁଡିଲା

publive-image

ଏହି ଖବର ପଢ଼ନ୍ତୁ: ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତା ବନ୍ଦ

ସୂଚନା ଅନୁଯାଇ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଏଥର ଫସଲ ଭଲ ହୋଇଥିଲା। ହେଲେ ବେତନଟୀ ବ୍ଲକ ଆନ୍ତର୍ଗତ ବୈଶିଙ୍ଗା ଅଞ୍ଚଳର ଏକାଧିକ ସ୍ଥାନରେ ଅମଳ ସମୟରେ ଦାଉ ସାଜିଲା ଦାନବ ରୂପକ ସାମୁଦ୍ରିକ ଝଡ଼ ‘ଦାନା’। ମୁଖ୍ୟତଃ ଜାମନଣ୍ଡା ଗାଁରେ ଏକାଧିକ ଚାଷୀଙ୍କର ସ୍ୱପ୍ନକୁ ଉଜାଡି ଦେଇଛି ଦାନା। ଏହି ଗ୍ରାମର ଚାଷୀ ସତ୍ୟଜିତ ରାଉତ ଧାରକରଜ କରି ଚାଷ କରିଥିବା ବେଳେ ଏବେ ମୁଣ୍ଡରେ ହାତ ଦେଇବସିଛନ୍ତି। ଦାନା ପ୍ରଭାବରେ ବିଲରେ ପାଣିରେ ପଡି ରହିଛି ପାଚିଲା ଧାନ। ମାତ୍ର କିଛି ଦିନର ବ୍ୟବଧାନରେ କଟା ହେବାକୁ ଥିବା ୬ଏକର ଏକର ଧାନ କ୍ଷେତ ବାତ୍ୟା ଜନିତ ପବନ ବର୍ଷାରେ ପାଣିରେ ଶୋଇଥିବା ଧାନ ଗଜା ହୋଇଗଲାଣି। ତାଙ୍କ କହିବା କଥା ସେଠାରେ ଉଠା ଜଳସେଚନ ଉପରେ ନିର୍ଭର କରି ପ୍ରାୟ ୧୦୦ ରୁ ୨୦୦ ଏକର ଜମିରେ ଧାନ ଚାଷ କରିଥିଲେ ଏହି ଅଂଚଳର ଚାଷୀ। 

ଏହି ଖବର ପଢ଼ନ୍ତୁ: ପଶ୍ଚିମବଙ୍ଗ-ଓଡିଶା-ଛତିଶଗଡ ପାଇଁ ୭୨୫ କୋଟି ଟଙ୍କା ମଞ୍ଜୁର

ବିଲରେ ଧାନ ଗଜା ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳିଲେ, କିଛି ମାତ୍ରାରେ କ୍ଷତି ଭରଣା ହୁଅନ୍ତା ବୋଲି ଚାଷୀ କହିଛନ୍ତି। ହେଲେ ଚଳିତ ଥର ଏହି କ୍ଷୟକ୍ଷତି ନେଇ ସତ୍ୟଜିତ ବାରମ୍ବାର ସ୍ଥାନୀୟ ଗ୍ରାମ୍ୟ କୃଷି କର୍ମଚାରୀ ଭକ୍ତ ଚରଣ ମାର୍ଣ୍ଡିଙ୍କୁ ଅଭିଯୋଗ କଲା ପରେ ବି ସେ ଥରଟେ କ୍ଷେତ୍ର ପରିଦର୍ଶନରେ ମଧ୍ୟ ଯାଉଛନାହାନ୍ତି। ବରଂ କହୁଛନ୍ତି କି ଆମକୁ ଏନେଇ ଉପରୁ କିଛି ନିର୍ଦେଶ ଆସିନାହିଁ।

ସେପଟେ କୃଷି ଜିଲ୍ଲା ଅଧିକାରୀ ଭାସ୍କର ଚନ୍ଦ୍ର ଦାସ କହିଛନ୍ତି କି ସେ ଅସୁସ୍ଥତା କାରଣରୁ ଘରେ ଅଛନ୍ତି। କାର୍ଯ୍ୟାଳୟରେ ଯୋଗଦାନ ପରେ ଉକ୍ତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରି, ରିପୋର୍ଟ ପ୍ରଦାନ ପୂର୍ବକ ସରକାରଙ୍କୁ ଅବଗତ କରିବେ। ସରକାର ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଉକ୍ତ ଅଞ୍ଚଳର ଚାଷୀଙ୍କ ପକ୍ଷରୁ ଦାବି ହେଉଛି, ନହେଲେ ସତ୍ୟଜିତ ଆଗାମୀ ଦିନରେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେ ନାହିଁ