ଆଇପିଏଲ୍‌ ବେଟିଂ: ଯୁବକ ଗିରଫ, ମୋବାଇଲ ଓ ଟଙ୍କା ଜବତ

Advertisment
ଆଇପିଏଲ୍‌ ବେଟିଂ: ଯୁବକ ଗିରଫ, ମୋବାଇଲ ଓ ଟଙ୍କା ଜବତ

ରାଉରକେଲା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବେଟିଂ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପ୍ଲାଣ୍ଟସାଇଟ୍‌ ପୁଲିସ। ଗିରଫ ଯୁବକ ଜଣକ ହେଲେ ମହତାବ ରୋଡସ୍ଥିତ ଗଞ୍ଜାମ ବସ୍ତିର ବାବୁଲି ବିଶ୍ୱାଳ। ଗତକାଲି ରାତି ପ୍ରାୟ ୯ଟାରେ ତା’ ଘରେ ବେଟିଂ କରୁଥିବା ପୁଲିସ ସୂଚନା ପାଇ ଚଢ଼ାଉ କରିଥିଲା। ତା’ ନିକଟରୁ ପୁଲିସ ଏଲ୍‌ଇଡି ଟିଭି, ୫ଟି ମୋବାଇଲ, ନଗଦ ୩ ହଜାର ୧୦ ଟଙ୍କା ସମେତ କିଛି କାଗଜପତ୍ର ଜବତ କରିଥିଲା।

ମିଳିଥିବା ସୂଚନା ମୁତାବକ ଗଞ୍ଜାମ ବସ୍ତି ନିକଟରେ ବାବୁଲିର ଏକ ରାସନ ଦୋକାନ ରହିଛି। ଆଇପିଏଲ୍‌ ଖେଳ ଆରମ୍ଭ ଠାରୁ ଅଧିକ ରୋଜଗାର ଆଶାରେ କିଛି ଦିନ ହେବ ନିଜ ଘରେ ବେଟିଂ କରୁଥିଲା। ମୋବାଇଲରେ କିଛି ବ୍ୟବସାୟୀ ଓ ଅନ୍ୟ ଲୋକଙ୍କ ସହ କଥା ହୋଇ ବଲିଂ, ବେଟିଂ, ଦଳ ଏପରିକି ଖେଳାଳିଙ୍କ ନାଁରେ ଟଙ୍କା ଲଗାଉଥିଲା। ବେଟିଂରେ ଟଙ୍କା ଲଗାଉଥିବା ଲୋକମାନେ ବାବୁଲିର ଗୁଗଲ ପେ୍‌, ପେଟିଏମ୍‌ ଓ ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ। ଯେଉଁମାନେ ବିଜୟୀ ହେଉଥିଲେ ବାବୁଲି ସେମାନଙ୍କ ଗୁଗଲ ପେ, ପେଟିଏମ୍‌, ଫୋନ୍‌ ପେ ଆଦିରେ ଟଙ୍କା ପଠାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବେଟିଂରେ କେବଳ ବାବୁଲି ନା ଏମାନଙ୍କ ଗ୍ୟାଙ୍ଗରେ ଆଉ କେହି ଅଛନ୍ତି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe