୧୬ଟି ଜିଲ୍ଲାରେ ସୁଲଭ ଦରରେ ମିଳୁଛି ପିଆଜ, ପିଆଜ ଜମାଖୋରଙ୍କ ଉପରେ ଚଢ଼ଉ

୧୬ଟି ଜିଲ୍ଲାରେ ସୁଲଭ ଦରରେ ମିଳୁଛି ପିଆଜ, ପିଆଜ ଜମାଖୋରଙ୍କ ଉପରେ ଚଢ଼ଉ

en.banglatribune.com

ଭୁବନେଶ୍ୱର: ପିଆଜ ଦର ହୁ ହୁ ବୃଦ୍ଧି ପାଇ ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ୧୬ଟି ଜିଲ୍ଲାରେ ସୁଲଭ ଦରରେ ପିଆଜ ବିକ୍ରି ହେଉଛି। ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଅନୁଗୁଳ, କଟକ, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, ଜୟପୁର, ବ୍ରହ୍ମପୁର, ଭବାନୀପାଟଣା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା। ଯେତିକି ଟଙ୍କାରେ ପିଆଜ କିଣାଯାଛି ସେତିକି ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରାହେଉଛି। ଏହି ପିଆଜ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିକ୍ରି କରାଯାଉଛି। ଆଉ ଯେଉଁମାନେ ପିଆଜ ବଜାରକୁ ନଛାଡ଼ି ଜମା କରି ରଖୁଛନ୍ତି ସେମାନଙ୍କ ଉପରେ ଚଢ଼ଉ କରାଯାଉଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe