ବଢୁଛି ପିଆଜ ଦର: ଭୁବନେଶ୍ୱରରେ ୮୦ ଟଙ୍କା, କଟକରେ ୧୦୦, ଗ୍ରାହକ ଛାନିଆ

Advertisment
ବଢୁଛି ପିଆଜ ଦର: ଭୁବନେଶ୍ୱରରେ ୮୦ ଟଙ୍କା, କଟକରେ ୧୦୦, ଗ୍ରାହକ ଛାନିଆ

alibaba.com

ଭୁବନେଶ୍ୱର: ସାରା ରାଜ୍ୟରେ ପିଆଜ ଦର ବୃଦ୍ଧି ହୋଇଛି। ଭୁବନେଶ୍ୱରର ଖୁଚୁରା ଦୋକାନରେ ପିଆଜ କିଲୋ ପିଛା ୮୦ ଟଙ୍କା ଛୁଇଁ ଥିବା ବେଳେ ଆଗକୁ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। କାରଣ ଶନିବାର କଟକର ଛତ୍ରବଜାର ଖୁଚୁରା ଦୋକାନରେ ଶହେ ଟଙ୍କାରେ ବିକ୍ରି ହେଉଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ କଟକରେ ପିଆଜ ଦର କିଲୋ ପିଛା ୧୦୦ ଟଙ୍କାରେ ପହଂଚିଛି। ପିଆଜ କିଲୋ ପିଛା ଶୁକ୍ରବାର କଟକର ଛତ୍ରବଜାରରେ ୮୦ ଟଙ୍କା ଥିଲା। ଆଜି କିଲୋ ପିଛା ହଠାତ୍‌ ୨୦ ଟଙ୍କା ବଢ଼ିଯିବା ଫଳରେ ଗ୍ରାହକ ଛାନିଆ ହୋଇଯାଇଛନ୍ତି। କିଛି ଗ୍ରାହକ ଭବିଷ୍ୟତ ଦରକୁ ନେଇ ଚିନ୍ତିତ ଅଛନ୍ତି।

ପିଆଜ ଦର କିଲୋ ପିଛା ୧୦୦ ଟଙ୍କା ଆଡ଼କୁ ଯାଉଥିବାରୁ ଲେକେ ଏହାର ବ୍ୟବହାର ନେଇ ଚିନ୍ତା କରିବାକୁ ପଡୁଛି। ଅତ୍ୟାବଶ୍ୟକ ନ ଥିଲେ ପିଆଜର ବ୍ୟବହାର ହେଉ ନାହିଁ। ଗ୍ରାହକମାନେ ଦୋକାନରୁ ଛୋଟ ପିଆଜକୁ କିଣୁଛନ୍ତି। ସେହିଭଳି ଘରେ ଯଦି ଛୋଟ ପିଆଜ ନାହିଁ, ଏଭଳି କ୍ଷେତ୍ରରେ ବଡ଼ ପିଆଜରୁ ଫାଳେ ରୋଷେଇରେ ବ୍ୟବହାର କରିବାକୁ ପଡୁଛି।

ପିଆଜ ଦର ଆଗାମୀ ଦିନରେ ଆହୁରି ବଢ଼ିପାରେ। ତେଣୁ ଜଣେ ଜଣେ ଲୋକ ୪ରୁ ୫ କିଲୋ ପିଆଜ କିଣୁଥିବା ଦେଖାଯାଇଛି। ଯାହା ଅନୁମାନ କରାଯାଉଛି ଆହୁରି ଏକ ରୁ ଦୁଇ ମାସ ପିଆଜ ଦର ଏମିତି ରହିପାରେ। ପିଆଜ ଦର ବଢ଼ିବାର ମୂଳ କାରଣ ହେଲା, ଯେଉଁଠାରୁ ଏହା ଆମଦାନୀ ହେଉଛି, ସେଠାରେ ମଧ୍ୟ ମୂଲ୍ୟ ବଢ଼ିଛି। ମହାରାଷ୍ଟ୍ରର ନାସିକ୍‌, ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ ଓ ଗୁଡ଼ୁମ୍‌ ଆଦି ଅମଳ ସ୍ଥାନରେ ଦର ବୃଦ୍ଧି ଓ ଅହେତୁକ ଭାବେ ଅମଳ ହ୍ରାସ ପାଇଥିବାରୁ ପିଆଜ ବଜାରରେ ନିଆଁ ଲାଗିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe