ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଅସାଧୁ ବେପାରିଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ବ୍ୟବସାୟୀଙ୍କ ଗୋଦାମ ଯାଞ୍ଚ କରାଯିବ

ସରକାରଙ୍କୁ ପିଆଜ ଚିନ୍ତା: ୪୦% ରପ୍ତାନି ଶୁଳ୍କ ଲାଗିଲା

India TV

ଭୁବନେଶ୍ୱର : ଖୁଚୁରା ବଜାରରେ ଆକାଶଛୁଆଁ ପିଆଜ ଦର। ସକାଳେ କିଲୋ ୭୦ ଟଙ୍କା ଥିବାବେଳେ ସନ୍ଧ୍ୟାବେଳକୁ ୮୦ ଟଙ୍କାରେ ବିକ୍ରି ହେଉଛି। ଠାଏ ଠାଏ ବେପାରି ୯୦ ଟଙ୍କା ନେଇଛନ୍ତି। ଏପରିକି ନିମ୍ନ ମାନର ପିଆଜକୁ କମ୍‌ ଦରରେ କିଣି କିଛି ଅସାଧୁ ବ୍ୟବସାୟୀ ଭଲ ପିଆଜ ଦାମ୍‌ରେ ବିକ୍ରି କରୁଛନ୍ତି। ଏ ନେଇ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ଚେତିଲା ରାଜ୍ୟ ଯୋଗାଣ ବିଭାଗ। ଅସାଧୁ ବ୍ୟବସାୟୀଙ୍କୁ ସାବାଡ୍‌ ଲାଗି ବିଭାଗୀୟ ଶାସନ ସଚିବ ବୀର ବିକ୍ରମ ଯାଦବ ଆଜି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପିଆଜର ଦୈନିକ ପାଇକାରୀ ଓ ଖୁଚୁରା ଦର ଉପରେ ନଜର ରଖିବା ସହିତ ଆବଶ୍ୟକ ପଡ଼ିଲେ ଯୋଗାଣ ଅଧିକାରୀ ବ୍ୟବସାୟୀଙ୍କ ଗୋଦାମ ଗୃହ ଯାଞ୍ଚ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଚିଠିରେ ଶ୍ରୀ ଯାଦବ ଉଲ୍ଲେଖ କରିଛନ୍ତି, ରାଜ୍ୟର ପିଆଜ ଚାହିଦା ମେଣ୍ଟାଇବାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଚ​ଳିତ ବର୍ଷ ଦୁର୍ବିପାକ ଯୋଗୁଁ ପିଆଜ ଉତ୍ପାଦନ ହେଉଥିବା ରାଜ୍ୟଗୁଡ଼ିକରେ ଫସଲ ନଷ୍ଟ ହୋଇଛି। ଫଳରେ ନିଅଣ୍ଟିଆ ପିଆଜ ଯୋଗାଣ ଗୋଟିଏ ଜାତୀୟ ସମସ୍ୟା ଭାବେ ଦେଖାଦେଇଛି। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭଖୋର ମନୋବୃତି ରଖି ଏହାର ଫାଇଦା ଉଠାଇ ଖାଉଟିକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏଣିକି ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଯୋଗାଣ ବିଭାଗ ଅଧିକାରୀମାନେ ନିୟମିତ ପ୍ରତ୍ୟେକ ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ଷ୍ଟକ୍‌ ଯାଞ୍ଚ କରିବେ। ସୁତ୍ରରୁ ଜଣାପଡ଼ିଛି, ପିଆଜ ଅଭାବ ଦୂର କରିବା ପାଇଁ ବଡ଼ ବଡ଼ ବ୍ୟବସାୟୀମାନେ ଇଜିପ୍ଟ୍‌ ଓ ଇରାନ୍‌ରୁ ପିଆଜ ଆମଦାନୀ କରିବା ଆରମ୍ଭ କରିଛନ୍ତି। ଏପରି ହେଲେ ଆଗାମୀ ଦିନରେ ବଜାରରେ ପିଆଜ ଯୋଗାଣ ସ୍ଥିତିରେ ଉନ୍ନତି ଆସିପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe