ଶ୍ରୀମନ୍ଦିରରେ ଅନ୍‌ଲାଇନ୍‌ ବୁକିଂ ନେଇ ଦ୍ୱନ୍ଦ୍ୱ

Advertisment

ପରିଚାଳନା କମିଟି ସଦସ୍ୟ କହିଲେ ଯୋଜନା ଚାଲିଛି, ଶ୍ରୀମନ୍ଦିର ପ୍ରଶାସନର ଖଣ୍ଡନ

ପରିଚାଳନା କମିଟି ସଦସ୍ୟ କହିଲେ ଯୋଜନା ଚାଲିଛି, ଶ୍ରୀମନ୍ଦିର ପ୍ରଶାସନର ଖଣ୍ଡନ

ଆରମ୍ଭ ହେବ ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର କାମ

atlasobscura.com

ପୁରୀ : କୋଭିଡ୍‌ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ଯୋଜନା କରାଯାଉଛି। ଏଥିପାଇଁ ପ୍ରଶାସନିକ ସ୍ତରରେ ବିଚାରବିମର୍ଶ ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଆଜି ଗଣମାଧ୍ୟମ ଆଗରେ ଏହା କହିଛନ୍ତି। ଶ୍ରୀ ଦାସମହାପାତ୍ର କହିଛନ୍ତି, ଯେଉଁମାନେ ଦର୍ଶନ ପାଇଁ ଅନ୍‌ଲାଇନ୍‌ ବୁକିଂ କରିବେ, ସେମାନଙ୍କୁ କୋଭିଡ୍‌-୧୯ ପରୀକ୍ଷାର ସମସ୍ତ କାଗଜପତ୍ର ଦେବାକୁ ପଡ଼ିବ। ଏଥି ସହ ଅନ୍ୟାନ୍ୟ ତଥ୍ୟ ବି ରଖିବାକୁ ପଡ଼ିବ। ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀମାନେ ଏହା ଉପରେ ବିଧିବଦ୍ଧ ନିଷ୍ପତ୍ତି ନେବା କେବଳ ବାକି ରହିଛି। ଏହି ନିଷ୍ପତ୍ତି ମଞ୍ଜୁର ହେଲେ, ଖୁବଶୀଘ୍ର ଦର୍ଶନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ତେ‌ବେ, ଶ୍ରୀ ଦାସମହାପାତ୍ରଙ୍କ ଏହି ମତାମତ ପରେ ଭକ୍ତଙ୍କ ମହଲରେ ବିରୋଧର ସ୍ବର ଉଠିଛି। ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା କେବଳ ଭକ୍ତଙ୍କ ଭିତରେ ବିଭେଦ ସୃଷ୍ଟି କରିବନି, ଭକ୍ତଙ୍କ ଭକ୍ତିଭାବକୁ ଛଡ଼ାଇନେବ ବୋଲି ମତପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ନିଷ୍ପତ୍ତିକୁ ଖଣ୍ଡନ କରିଛି। ସେଭଳି କିଛି ନିଷ୍ପତ୍ତି ନିଆଯାଇନି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି। ସେ କହିଛନ୍ତି, ବୈଦ୍ୟୁତିକ ଗଣମାଧ୍ୟମରେ ଆଜି ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ଓ ଦର୍ଶନ ଉପରେ ଯେଉଁ ଖବର ପ୍ରସାରିତ ହୋଇଛି, ସେଥିରେ କିଛି ସତ୍ୟତା ନାହିଁ। ଶ୍ରୀମନ୍ଦିର ପ୍ରଶାସନ ସେଭଳି କିଛି ନିଷ୍ପତ୍ତି ନେଇନି। ଯେଉଁ ପରିଚାଳନା କମିଟି ସଦସ୍ୟ ଏହି ମତ ରଖିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ‌ମତ ହୋଇପାରେ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe