‘ସମ୍ବାଦ’ର ଅନ୍‌ଲାଇନ୍ ପ୍ରତିଯୋଗିତାକୁ ନେଇ ପ୍ରବଳ ଉତ୍ସାହ: ୧୮ରେ ସରିବ ପଞ୍ଜୀକରଣ

Advertisment
‘ସମ୍ବାଦ’ର ଅନ୍‌ଲାଇନ୍ ପ୍ରତିଯୋଗିତାକୁ ନେଇ ପ୍ରବଳ ଉତ୍ସାହ: ୧୮ରେ ସରିବ ପଞ୍ଜୀକରଣ

ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ବାର୍ଷିକ ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୧୯ ତାରିଖ‌େର ହେବାକୁ ଯାଉଥିବା ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ହେଉଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟ‌େର ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। କରୋନା ମହାମାରୀ ଯୋଗୁଁ ଗତବର୍ଷ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତା ଅନ୍‌ଲାଇନରେ କରାଯାଇଥିଲା ଏବଂ ଏଥିରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅନ୍‌ଲାଇନ୍‌ରେ ପ୍ରତିଯୋଗିତା ଏବଂ ଏଥିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଯୋଗଦାନ ଥିଲା ରାଜ୍ୟରେ ପ୍ରଥମ ଘଟଣା।

ଏଥର ମଧ୍ୟ ଏହାକୁ ନେଇ କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ବି ଉତ୍ସାହ ଦେଖାଦେଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବର୍ତମାନ ସୁଦ୍ଧା ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ସାରିଲେଣି। ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ପଞ୍ଜୀକରଣ ସୀମା ୧୮ ତାରିଖ ଧାର୍ଯ୍ୟ କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ମୋବାଇଲରେ play Storeରୁ AamaOdisha ଆପ୍‌ ଡାଉନ୍‌ଲୋଡ଼ କରି ପଞ୍ଜୀକରଣ କରିପାରିବେ। https://competition.sambad.in/ରେ ମଧ୍ୟ ପଞ୍ଜୀକରଣ ହୋଇପାରିବ। ଏସଂପର୍କରେ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର 9178767536 ସହ ଯୋଗାଯୋଗ କରାଯାଇପାରିବ।

ସୂଚନାଯୋଗ୍ୟ ଯେ ୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଏବଂ ୯ମ ଓ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌ ପ୍ରତିଯୋଗିତା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe