ଏଣିକି ଅନଲାଇନ୍‌ରେ ରାଜ୍ୟପାଳଙ୍କୁ ଦାଖଲ କରିହେବ ଅଭିଯୋଗ

Advertisment
ଦିନକ ପାଇଁ ଶପଥଗ୍ରହଣ ଚର୍ଚ୍ଚା ବଢ଼ିଲା; ରାଜ୍ୟପାଳ ଆସିଲେ, ଆଜି ପୁଣି ହରିଆନା ଫେରିଯିବେ

Facebook

ଭୁବନେଶ୍ବର : ସୋମବାରଠାରୁ ରାଜ୍ୟପାଳଙ୍କୁ ଅନ୍‌ଲାଇନ୍‌ ଯୋଗେ ଅଭିଯୋଗ ଦାଖଲ କରିହେବ। ସାଧାରଣ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପ୍ରଦାନ ଲକ୍ଷ୍ୟରେ ଆସନ୍ତା ୬ ତାରିଖରୁ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ରାଜଭବନ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଜରିଆରେ ସୂଚନା ପ୍ରଦାନ କରାଯାଇଛି। ଏନ୍‌ଆଇସି ସହାୟତାରେ ଏକ ୱେବ୍‌ ପୋର୍ଟାଲ୍‌ https://cmgcodisha.gov.in ବିକାଶ କରାଯାଇଛି। ଏହା ମାଧ୍ୟମରେ ଅଭିଯୋଗକାରୀ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପଲୋଡ଼୍‌ କରିପାରିବେ। ଅଭିଯୋଗ ପ୍ରାପ୍ତ ହେଲା ପରେ ସମ୍ପୃକ୍ତ ବିଭାଗକୁ ତାର ଫଏସଲା ନିମନ୍ତେ ଯଥାସମ୍ଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇ ଦିଆଯିବ। ପୋର୍ଟାଲରେ ଅଭିଯୋଗ ଅପଲୋଡ଼୍‌ ହେବା ମାତ୍ରେ ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବରକୁ ପଞ୍ଜୀକରଣ ସଂଖ୍ୟା ସହ ଏକ ମେସେଜ୍‌ ମିଳିବ। ଯାହାକୁ ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣିବାକୁ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe