ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ସମ୍ବନ୍ଧିତ ଅନ୍‌ଲାଇନ ବିଚାରବିମର୍ଶ

Advertisment
ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣପତ୍ର: ସହମତି ଅପେକ୍ଷାରେ ୫ ଉଚ୍ଚ ଶିକ୍ଷାନୁଷ୍ଠାନ

Samaja Live English

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ସେଲ୍ ଦ୍ୱାରା ‘‘ଜାତୀୟ ଶିକ୍ଷାନୀତିର ସଫଳ କାର୍ଯ୍ୟାନ୍ଵୟନ ପରିପ୍ରେକ୍ଷୀରେ ଆମ ରାଜ୍ୟରେ ଉଚ୍ଚଶିକ୍ଷାର ରୁପାନ୍ତରଣ ନିମିତ୍ତ ପ୍ରତ୍ୟାଶିତ କୌଶଳ’’ ଶୀର୍ଷକ ଏକ ଅନଲାଇନ ବିଚାରବିମର୍ଶ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଏହି ମାନସମନ୍ଥନର ବିଷୟ ଓ ଉଦ୍ଦେଶ୍ୟ ସଂପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇ ସେମାନଙ୍କର ମତାମତ ଜାଣିବାକୁ ଚାହିଁ ଥିଲେ । ପ୍ରଫେସର ଚାନ୍ଦ ନୂତନ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାର ପ୍ରକୃତ ବ୍ୟବହାରିକତା ଏବଂ ବାସ୍ତବ ଜୀବନ ଭିତ୍ତିକ ଶିକ୍ଷା ବ୍ୟବସ୍ଥାର ମହତ୍ତ୍ୱାକାଂକ୍ଷା ଉପରେ ଆଲୋକପାତ କରି ଏହାର ସଫଳ କାର୍ଯ୍ୟକାରିତା ନିମନ୍ତେ ସୁଚିନ୍ତିତ ପଦକ୍ଷେପ ନେବା ପାଇଁ ଆହ୍ୱାନ କରିଥିଲେ।

ଗୁଗୁଲ୍ ମିଟ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଗଣ, ସ୍ୱୟଂଶାସିତ ତଥା ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା, ରିସର୍ଚ ସ୍କଲାର, ପୂର୍ବତନ ଛାତ୍ରଛାତ୍ରୀ ଏବଂ ପିଜି ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ତଥା ତଥା ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ଲ୍ୟାବ ସହିତ ଦକ୍ଷତା ଭିତ୍ତିକ ପାଠ୍ୟକ୍ରମର କାର୍ଯ୍ୟକାରିତା ବିଷୟରେ ତଥା ସ୍ଥାନୀୟ ସଂସାଧନ ଏବଂ ଉପଲବ୍ଧ ଉତ୍ସକୁ ଧ୍ୟାନରେ ରଖି ଛାତ୍ରଛାତ୍ରୀଙ୍କୁ 'ଆତ୍ମନିର୍ଭର ଭାରତ' ଗଠନ କରିବାର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଆକର୍ଷଣ ଆକର୍ଷିତ କରିବା, ପୋଷ୍ଟ ଡକ୍ଟରାଲ୍ ରିସର୍ଚ୍ଚ ଫେଲୋଙ୍କ ଯୋଗଦାନ, କେନ୍ଦ୍ରୀୟ ଅନୁସନ୍ଧାନ ସୁବିଧା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କ୍ଷେତ୍ର ପ୍ରସ୍ତୁତି ରଣନୀତି ସଂପର୍କରେ ବିଚାର ବିମର୍ଶ କରାଯାଇଥିଲା। କାର୍ଯ୍ୟକ୍ରମରେ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ହିମାବିନ୍ଦୁ ମାରିଙ୍ଗାଣ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଉପ ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe