୧୩ରୁ ଡିଗ୍ରି କଲେଜରେ ଅନ୍‌ଲାଇନ୍‌ କ୍ଲାସ : ହ୍ବାଟସ୍‌-ଆପ୍‌, ଇ-ମେଲ୍‌ରେ ହେବ ପାଠପଢ଼ା

Advertisment
ଶିକ୍ଷା ସଂଯୋଗର ସାଧନକର୍ମୀଙ୍କୁ ସମ୍ବର୍ଦ୍ଧନା

Virtual Vocations

ସପ୍ତାହକୁ ତିନି ଦିନ ୨ରୁ ୩ ଘଣ୍ଟା କ୍ଲାସ୍‌
ଗୁଗୁଲ ମେଟ୍‌, ଜୁମ୍‌, ସ୍କାଏପି ବ୍ୟବହୃତ ହେବ

ଭୁବନେଶ୍ବର : ଅଗଷ୍ଟ ୩୧ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଡିଗ୍ରି କଲେଜ। ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବନି। ହଷ୍ଟେଲ ବି ଖୋଲିବନି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିକଳ୍ପ ପାଠପଢ଼ା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜରେ ଆସନ୍ତା‌ ୧୩ ତାରିଖଠାରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଏ ସମ୍ପର୍କରେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିବା‌ ବେଳେ ଆଜି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ଅଧ୍ୟାପକମାନେ କିଭଳି ଓ କେତେ ସମୟ ପଢ଼ାଇବେ, ସପ୍ତାହକୁ କେତୋଟି କ୍ଲାସ୍‌ ହେବ, ସେନେଇ ବିଭାଗ ପକ୍ଷରୁ ଆଜି ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଗାଇଡ୍‌ଲାଇନ୍‌ ଅନୁଯାୟୀ, ଅତି ବେଶିରେ ୩୨ଜଣ ଲେଖାଏଁ ପିଲାଙ୍କୁ ନେଇ ହ୍ବାଟସ୍‌-ଆପ୍‌ ଓ ଇ-ମେଲ୍‌ରେ ଗ୍ରୁପ୍‌ ଗଠନ କରାଯିବ। ଅଧ୍ୟାପକମାନେ ନୋଟ୍‌ର ସଫ୍ଟ କପି, ପାଠ୍ୟପୁସ୍ତକ, ରେଫରେନ୍ସ ବୁକ୍‌, ପିପିଟି(ପାୱାର ପଏଣ୍ଟ ଟିଚିଂ), ସୁପାରିସ୍‌ ହୋଇଥିବା ବକ୍ତୃତାମାଳା ଆଦିକୁ ହ୍ବାଟସ୍‌-ଆପ୍‌ ଓ ଇ-ମେଲ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଇବେ। ଏହା ବ୍ୟତୀତ ଇ-ପିଜି ପାଠଶାଳା(ଇ-କଣ୍ଟେଣ୍ଟ), ଏମ୍‌ଓଓସିଏସ୍‌(ମାସିଭ୍‌ ଓପନ୍‌ ଅନ୍‌ଲାଇନ୍‌ କୋର୍ସ), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ଥିବା ଡିଜିଟାଲ ପାଠ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ। ଫଳରେ ସେମାନେ ଘରେ ରହି ପଢ଼ିପାରିବେ।

ଅଧ୍ୟାପକମାନେ ସପ୍ତାହକୁ ୩ ଦିନ ଅନ୍‌ଲାଇନ୍‌ରେ କ୍ଲାସ୍ କରିବେ। ପ୍ରତି କ୍ଲାସ୍‌ ୨ରୁ ୩ ଘଣ୍ଟା ମଧ୍ୟରେ ହେବ। ଗୁଗୁଲ ମେଟ୍‌, ଜୁମ୍‌, ସ୍କାଏପି ଓ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମକୁ ଏଥିପାଇଁ ବ୍ୟବହାର କରାଯାଇପାରିବ। ଅଧ୍ୟାପକମାନେ କଲେଜ କ୍ୟାମ୍ପସରୁ ଏହି ଅନ୍‌ଲାଇନ୍‌ କ୍ଲାସ୍‌ ନେବେ। ଅନ୍‌ଲାଇନ୍‌ରେ ପାଠପଢ଼ା ସମୟରେ ଶିକ୍ଷକମାନେ ରେଜିଷ୍ଟରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବେ। ଏଥିସହ ନିଜସ୍ବ ଲେସନ୍‌ ପ୍ଲାନ୍‌ ଓ ପ୍ରୋ‌ଗ୍ରେସ୍‌ ରେଜିଷ୍ଟର ବି ରଖିବେ। ଅନ୍‌ଲାଇନ୍‌ କ୍ଲାସ୍ ଲାଗି ପ୍ରତି ବିଭାଗର ନିଜସ୍ବ ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରି କଲେଜ ଅଧ୍ୟକ୍ଷଙ୍କୁ ଦେବେ। ପରିଣାମ ସ୍ବରୂପ କଲେଜର ମାଷ୍ଟର ଟାଇମ୍‌ ‌ଟେବୁଲ୍‌ ପ୍ରସ୍ତୁତ ହୋଇପାରିବ। ଏହାକୁ କଲେଜ ୱେବ୍‌ସାଇଟ୍‌ ଓ ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ାଯାଇଥିବା ହ୍ବାଟସ୍‌-ଆପ୍‌ ଓ ଇ-ମେଲ୍‌ରେ ବି ପଠାଯିବ। ଅଧ୍ୟକ୍ଷଙ୍କ ସ‌ମେତ କଲେଜର ଦୁଇରୁ ତିନି ଜଣ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଗଠିତ ଟିମ୍‌ ନିୟମିତ ବ୍ୟବଧାନରେ ଅନ୍‌ଲାଇନ୍‌ କ୍ଲାସ୍‌ର ତଦାରଖ କରିବେ। ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ ଅତର୍କିତ ଭାବେ କଲେଜକୁ ଗସ୍ତ କରି ଅନ୍‌ଲାଇନ୍‌ ଶିକ୍ଷାର ଯାଞ୍ଚ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe