ଅନ୍‌ଲାଇନ୍‌ ପାଠପଢ଼ା ଯୋଗୁଁ କୋମଳମତି ପିଲାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା

Advertisment

ଏନ୍‌ସିପିସିଆର ଅଧ୍ୟକ୍ଷଙ୍କୁ ଅଭିଯୋଗ କଲା ଓଡ଼ିଶା ଅଭିଭାବକ ମହାସଂଘ

ଏନ୍‌ସିପିସିଆର ଅଧ୍ୟକ୍ଷଙ୍କୁ ଅଭିଯୋଗ କଲା ଓଡ଼ିଶା ଅଭିଭାବକ ମହାସଂଘ

ଜୁନ୍‌ ୧ରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍‌ କ୍ଲାସ

EduVision

ଭୁବନେଶ୍ୱର : ଅନ୍‌ଲାଇନ୍‌ ପାଠପଢ଼ା ଯୋଗୁଁ କୋମଳମତି ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା‌ରେ ସମସ୍ୟା ଦେଖାଯାଉଛି। ଘଣ୍ଟା ଘଣ୍ଟା ଧରି ମୋବାଇଲ୍‌ ସ୍କ୍ରିନ୍‌କୁ ଦେଖିବା ଦ୍ବାରା ସେଥିରୁ ନିର୍ଗତ ବ୍ଲୁ-ଲାଇଟ୍‌ ରାଡିଏସନ୍‌ ଯୋଗୁଁ ପିଲାମାନଙ୍କ ଆଖିରେ ସମସ୍ୟା, ମୁଣ୍ଡବ୍ୟଥା ତଥା ବେକ ଓ ପିଠିରେ ଯନ୍ତ୍ରଣା ହେବାର ଅନେକ ଅଭିଯୋଗ ଆସୁଛି। ଏପରି ଚାଲୁ ରହିଲେ ନିକଟ ଭବିଷ୍ୟତରେ ଏହା ଏକ ଗୁରୁତ୍ବର ସମସ୍ୟା ଭାବେ ମୁଣ୍ଡ ଟେକିବ। ତେଣୁ ଏ ଦିଗରେ ଧ୍ୟାନ ଦେବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ଙ୍କୁ ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ।

ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଅଭିଯୋଗ କରିଛନ୍ତି ଯେ ଏହି ଅନ୍‌ଲାଇନ୍‌ କ୍ଲାସ୍‌ର କିପରି ସୁପରିଚାଳନା କରାଯିବ, ତାହାର କିଛି ନିର୍ଦ୍ଦିଷ୍ଟ ନିୟମ ନ କରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ୪ ମାସ ତଳେ ଅତି ତରବରିଆ ଭାବେ ଏକ ଗାଇଡ୍‌ଲାଇନ୍‌ ଘୋଷଣା କଲେ। ବିନା କୌଣସି ଏକ୍ସପର୍ଟଙ୍କ ପରାମର୍ଶରେ ଏପରି କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଏବେ ବିଭିନ୍ନ ସମସ୍ୟା ଦେଖାଦେଉଛି। ତେଣୁ ଉପରୋକ୍ତ ସମସ୍ତ ସମସ୍ୟାକୁ ଆଖି ଆଗରେ ରଖି ଶିଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଏ ସଂକ୍ରାନ୍ତରେ ଉଚିତ ପଦକ୍ଷେପ ନେବାକୁ ମହାସଂଘ ଏନ୍‌ସିପିସିଆର ଅଧ୍ୟକ୍ଷଙ୍କୁ ନିବେଦନ କରିଛି। ଏହାସହ ଏ ବାବଦରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଏନ୍‌ସିଇଆର୍‌ଟି, ରାଜ୍ୟ ଶିକ୍ଷା ସଚିବ ଓ ଏସସିଇଆର୍‌ଟିକୁ ନୋଟିସ୍ କରିବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଦେଶର ୧୫ କୋଟି ପିଲା ଅନ୍‌ଲାଇନ୍‌ ଅସୁବିଧାରୁ ମୁକ୍ତ ହେବେ ବୋଲି ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe