କରୋନା କଟକଣା ବେଳେ ଅନଲାଇନ୍‌ରେ ହେଉଛି ଫୁଡ୍‌ ଡେଲିଭରି

Advertisment

ଆଗଭଳି ଅର୍ଡର ନାହିଁ, କୋରିଅର୍ ସଂସ୍ଥାକୁ ସାମଗ୍ରୀ ଆସିପାରୁନି

ଆଗଭଳି ଅର୍ଡର ନାହିଁ, କୋରିଅର୍ ସଂସ୍ଥାକୁ ସାମଗ୍ରୀ ଆସିପାରୁନି

କରୋନା କଟକଣା ବେଳେ ଅନଲାଇନ୍‌ରେ ହେଉଛି ଫୁଡ୍‌ ଡେଲିଭରି

Profit by Pakistan Today

ଭୁବନେଶ୍ବର : ଏବେ ଆପଣ ଯଦି ରୋଷେଇ କରୁନାହାନ୍ତି ତେବେ ବି ଘରୁ ବାହାରିବା ଦରକାର ନାହିଁ। କାରଣ ଅନଲାଇନ୍‌ରେ ଖାଦ୍ୟ ଯୋଗାଉଥିବା ଜୋମାଟୋ, ସ୍ବିଗି ଭଳି ସଂସ୍ଥାଗୁଡ଼ିକ ଏବେବି ସେବା ଯୋଗାଉଛନ୍ତି। ମନପସନ୍ଦର ଖାଦ୍ୟର ଅର୍ଡର ଦେବାର କିଛି ସମୟ ଭିତରେ ଖାଦ୍ୟ ଘରେ ପହଞ୍ଚିଯାଉଛି।

ଏନେଇ ଅନଲାଇନ୍‌ରେ ଖାଦ୍ୟ ଅର୍ଡର ରଖୁଥିବା ସଂସ୍ଥାର ଜଣେ କର୍ମଚାରୀ କହିଛନ୍ତି ଯେ ଏବେ ସବୁ ଅଞ୍ଚଳରୁ ଖାଦ୍ୟ ଅର୍ଡର ରଖାଯାଉନି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ଖାଦ୍ୟ ଅର୍ଡର ରଖାଯାଉଛି। ଅଧିକାଂଶ ରେସ୍ତୋରାଁ ବନ୍ଦ ହୋଇଯାଇଥିବାରୁ ଲୋକଙ୍କୁ ସେମାନଙ୍କ ମନପସନ୍ଦର ରେସ୍ତୋରାଁରୁ ଖାଦ୍ୟ ମିଳିବ କି ନମିଳିବ ତାହା ଉପରେ ତାଙ୍କ ଅର୍ଡର ନିର୍ଭର କରୁଛି। ଏପରିକି ଏବେ ଅଧିକାଂଶ ଲୋକ ଫାଷ୍ଟ୍‌ଫୁଡ୍‌ ଖାଦ୍ୟ ଅଧିକ ଅର୍ଡର ଦେଉଛନ୍ତି। ତେଣୁ ଏହି ଅର୍ଡର ଯୋଗାଇଦେବାରେ ବିଶେଷ ଅସୁବିଧା ହେଉନି।

ସେହିପରି ଏବେ ଲକ୍‌ ଡାଉନ୍ ସ୍ଥିତି ଥିଲେ ହେଁ ଆମେ ଅଧିକ ଟଙ୍କା କାହାଠାରୁ ନେଉନାହୁଁ। ଯେତିକି ଖାଦ୍ୟର ମୂଲ୍ୟ ଅଛି ସେତିକି ନେଉଛୁ। ହଁ ପୂର୍ବଭଳି ଅଫର୍ କିଛିଟା କମିଯାଇଛି।

ଏନେଇ ରସୁଲଗଡ଼ର ବାସିନ୍ଦା ରବିନ୍ ବେହେରା କହିଛନ୍ତି ଯେ ବାହାରୁ ଖାଦ୍ୟ ମଗାଇ ଖାଇବାକୁ ଡର ଲାଗୁଛି। କିଏ କେଉଁ ହାତରେ କ’ଣ ରୋଷେଇ କରୁଥିବେ ଆମେ ଜାଣିନୁ। ବର୍ତ୍ତମାନର ସ୍ଥିତିରେ ବାହାରୁ ଖାଦ୍ୟ ମଗାଇ ଖାଇବା ସୁରକ୍ଷିତ ନୁହେଁ। ତେଣୁ ଆମେ ଘରକୁ ବାହାର ଖାଦ୍ୟ ଅର୍ଡର କରୁନୁ।

ସାରା ଭାରତରେ ଲକ୍‌ ଡାଉନ୍ ସ୍ଥିତି ହେବା ପରେ ବିମାନ ସେବା ବନ୍ଦ ହୋଇଯାଇଛି। ପୂର୍ବରୁ ରେଳ ଓ ବସ୍‌ ସେବା ରାଜ୍ୟ ଭିତରେ ବନ୍ଦ ହୋଇଯାଇଛି। ତେଣୁ କୋରିଅର୍ ସଂସ୍ଥାଗୁଡ଼ିକ ଏବେ ଏକରକମ ବନ୍ଦ ହୋଇଯାଇଛି। ଯଦିଓ ଜରୁରୀକାଳୀନ ସାମଗ୍ରୀ ଯୋଗାଇ ଦେବାକୁ କୋରିଅର୍ ସଂସ୍ଥାଙ୍କୁ କୁହାଯାଇଛି। ହେଲେ କୋରିଅର ସାମଗ୍ରୀ ଆସିବା ପାଇଁ ସେମିତି କିଛି ବ୍ୟବସ୍ଥା ନଥିବାରୁ ଏହି ସେବା ଏକରକମ ଠପ୍ ହୋଇଯାଇଛି। ଅଶୋକନଗରସ୍ଥିତ ଏକ କୋରିଅର୍ ସଂସ୍ଥାର ମାଲିକଙ୍କ ସୂଚନା ଅନୁଯାୟୀ ଭୁବନେଶ୍ବର ବିମାନବନ୍ଦରକୁ କୌଣସି କାର୍ଗୋ ବିମାନ ଚଳାଚଳ କରୁନି, ଏବେ ଟ୍ରେନ୍ ବି ଚାଲୁନି। ତେଣୁ ବାହାରୁ ରାଜ୍ୟରୁ ସାମଗ୍ରୀ ଆସୁନି। ଏହାବାଦ୍ ରାଜ୍ୟ ଭିତରେ ଯାତାୟାତ ପାଇଁ ବସ୍‌ ଚାଲୁନଥିବାରୁ କୌଣସି ସାମଗ୍ରୀ କାହା ପାଖରେ ପହଞ୍ଚାଇବା ସମ୍ଭବ ନୁହେଁ। ଅପରପ‌େକ୍ଷ ପୂର୍ବରୁ ଯେଉଁମାନେ ଅନଲାଇନ୍‌ରେ ଅର୍ଡ‌ର ଦେଇଥି‌ଲେ ସେମାନଙ୍କୁ ଏବେ ପାର୍ସଲ ଦେବାବେଳକୁ ଅର୍ଡର ରଖୁନାହାନ୍ତି। କହୁଛନ୍ତି ଅର୍ଡର ବାତିଲ୍ କରିଦିଅ। କିଏ କେଉଁଠୁ କେଉଁ ହାତରେ ପ୍ୟାକିଂ କରିଥିବ ଆମେ ନେବୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe