ୱାସିଂ ମେସିନ କିଣିବା ଆଳ ଦେଖାଇ ମହିଳାଙ୍କଠୁ ୮୮ ହଜାର ଠକି ନେଲା ଅନ୍‌ଲାଇନ୍‌ ଠକ

Advertisment
ୱାସିଂ ମେସିନ କିଣିବା ଆଳ ଦେଖାଇ ମହିଳାଙ୍କଠୁ ୮୮ ହଜାର ଠକି ନେଲା ଅନ୍‌ଲାଇନ୍‌ ଠକ
ବ୍ରହ୍ମପୁର: ଅନ୍‌ଲାଇନ୍‌ରେ ଏକ ୱାସିଂମେସିନ୍ ବିକ୍ରି କରିବାକୁ ଯାଇ ଜଣେ ମହିଳା ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ସାଇବର୍‌ ଥାନାରେ ଏକ ମାମଲା(କେସନ୍ଂ୫/୨୨) ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ଶକ୍ତିନଗର ଦ୍ବିତୀୟ ଗଳିରେ ରହୁଥିବା ଜଣେ ମହିଳା ନିଜର ପୁରୁଣା ୱାସିଂ ମେସିନ୍‌କୁ ୧୨ ହଜାର ଟଙ୍କାରେ ବିକ୍ରି କରିବାକୁ ଓଏଲ୍‌ଏକ୍ସ ଆପ୍‌ରେ ବିଜ୍ଞାପନ ଦେଇଥିଲେ।  ସେହି ବିଜ୍ଞାପନ ଦେଖି ଜଣେ ବ୍ୟକ୍ତି ମହିଳାଙ୍କୁ ଯୋଗାଯୋଗ କରି ନିଜକୁ ଜଣେ ସେନା କର୍ମଚାରୀ ବୋଲି ପରିଚୟ ଦେଇଥିଲା। ୧୨ହଜାର ପରିବର୍ତ୍ତେ ସେ ୧୧,୫୦୦ ଟଙ୍କାରେ ୱାସିଂମେସିନ୍‌କୁ କିଣିବାକୁ ଚାହୁଁଥିବା କହିବାରୁ ମହିଳା ଜଣଙ୍କ ରାଜି ହୋଇ ଯାଇଥିଲେ। ସେନାବାହିନୀରେ କାମ କରୁଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୱାସିଙ୍ଗମେସିନ୍‌ କିଣିବାକୁ ୨୩ ହାଜର ଟଙ୍କାର ଚେକ୍‌ ମିଳିବ ବୋଲି ବ୍ୟକ୍ତି ଜଣଙ୍କ କହିବା ସହ ଓଲଟା ମହିଳାଙ୍କୁ ୧୧,୫୦୦ ଟଙ୍କା ମାଗିଥିଲେ।
ମହିଳାଙ୍କ ବିଶ୍ବାସଭାଜନ ହେବା ପାଇଁ ଉକ୍ତ ବ୍ୟକ୍ତି ସିଆର୍‌ପିଏଫରେ କାର୍ଯ୍ୟରତ ଥିବାର ଏକ  ପରିଚୟପତ୍ର ଓ ନିଜ ଆଧାରକାର୍ଡ ପଠାଇଥିଲେ। ମହିଳା ଜଣଙ୍କ ବିଶ୍ବାସ କରି ସେହି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମେ ୧୧,୫୦୦ ଟଙ୍କା ପଠାଇଥିଲେ। ପରେ ନାନା ବାହାନା କରି ଉକ୍ତ ବ୍ୟକ୍ତିଜଣକ ମହିଳାଙ୍କ ଠାରୁ ମୋଟ ୮୮,୦୦୦ ଟଙ୍କା ମାଗି ନେଇ ଯାଇଥିଲେ। କିନ୍ତୁ ବଦଳରେ ଚେକ୍‌ ନପଠାଇବାରୁ ମହିଳା ଜଣଙ୍କ ଠକେଇର ଶିକାର ହୋଇଥିବା ସନ୍ଦେହ କରି ସାଇବର ଥାନାରେ ଅଭିଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe