ଅନ୍‌ଲାଇନ୍‌ ଗେମ୍‌ ନେଲା ଛାତ୍ରଙ୍କ ଜୀବନ

Advertisment
ଗୁଜୁରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ନଦୀକୁ ଡେଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

image source-new indian express

ଯୋଡ଼ା : ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହରାଇବା ପରେ ବାପା ତାଗିଦ କରିବାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ କମାରଯୋଡ଼ାର ବିନୋଦ ଆପଟ୍ଟଙ୍କ ପୁଅ ଅମିତାଂଶୁ ଆପଟ୍ଟ (୧୩)।

ସୂଚନା ଅନୁଯାୟୀ, ଅମିତାଂଶୁ ମୋବାଇଲରେ ଅନ୍‌ଲାଇନ୍‌ରେ ପାଠପଢ଼ିବା ସହ ବିଭିନ୍ନ ଗେମ୍‌ ଖେଳି ସମୟ ବିତାଉଥିଲେ। କିଛିଦିନ ତଳେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟି ଯାଇଥିଲା। ବାପାମା’ ବ୍ୟାଙ୍କ ଶାଖାକୁ ଯାଇ ବୁଝିବାରୁ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ଯୋଗୁଁ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଗତକାଲି ରାତିରେ ବାପା ବିନୋଦ ଅମିତାଂଶୁଙ୍କୁ ତାଗିଦ କରିଥିଲେ। ଏଥିରେ ମ୍ରିୟମାଣ ହୋଇଯାଇଥିଲେ ଅମିତାଂଶୁ। ଆଜି ସକାଳେ ଶୌଚ ହେବାକୁ ପାଇଖାନା ଯାଇ ଭିତରେ ଶାଢି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe