ଚାଲିଛି ଅନ୍‌ଲାଇନ୍‌ ଆଇପିଏଲ୍ ବେଟିଂ

Advertisment
ଚାଲିଛି ଅନ୍‌ଲାଇନ୍‌ ଆଇପିଏଲ୍ ବେଟିଂ

Betting Sites

ବରଗଡ଼: ୨୦୨୩ ଆଇପିଏଲ୍‌ ସଂସ୍କରଣ ଆରମ୍ଭ ହେବା ସହ ବରଗଡ଼ ସହର ସମେତ ବିଭିନ୍ନ ସ୍ଥାନରେ ଲୁଚାଛପା ବେଟିଂ ଜମୁଛି। ଜିଲ୍ଲାର କିଛି ନାମୀଦାମୀ ବ୍ୟକ୍ତି ବେଟିଂରେ ଟଙ୍କା ଲଗାଉଛନ୍ତି। ପୁଲିସ୍‍ ଚଢ଼ାଉ ଭୟରେ ଏଜେଣ୍ଟମାନେ ଗୋପନୀୟ ସ୍ଥାନରେ ଅାଶ୍ରୟ ନେଉଥିବା ଜଣାପଡ଼ିଛି। ବେଟିଂ ମଇଦାନରେ ପ୍ରଚୁର ଟଙ୍କା ବାଜି ଲାଗୁଛି। ପ୍ରତି ମ୍ୟାଚ୍‌ରେ ପ୍ରାୟ ୧୦ ଲକ୍ଷ ଟଙ୍କା ଯାଏଁ ବାଜି ଲାଗୁଥିବା ଭିତିରିଆ ମହଲରେ ଚର୍ଚ୍ଚା। ଶହେ ଟଙ୍କାର ବେଟିଂ କଲେ ଦୁଇରୁ ତିନି ଗୁଣା ଟଙ୍କା ଦିଆଯାଉଛି। ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ରେ ଏହି ରାକେଟ୍‌ ସକ୍ରିୟ ରହିଛି। ଛତିଶଗଡ଼, ମୁମ୍ୱାଇ ଏବଂ ଚେନ୍ନାଇସ୍ଥିତ ମାଫିଆମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ସ୍ଥାନୀୟ ଏଜେଣ୍ଟମାନେ ଏହି କାରବାର ଚଳାଉଛନ୍ତି।

ଏଜେଣ୍ଟମାନଙ୍କ ଜରିଆରେ ମିଳୁଥିବା ଟଙ୍କା ସୁଦୂର ମାଫିଆମାନଙ୍କ ଆକାଉଣ୍ଟକୁ ଚାଲିଯାଉଛି। ଲାଭ ହେଉଥିବା ଟଙ୍କାର ସିଂହଭାଗ ଏଜେଣ୍ଟମାନେ ରଖି ବଳକା ଟଙ୍କା ବେଟିଂ ଲଗାଇଥିବା ଲୋକଙ୍କୁ ଦେଉଛନ୍ତି। ପଡ଼ୋଶୀ ରାଜ୍ୟର କିଛି ବ୍ୟକ୍ତି ବେଟିଂ ପାଇଁ ଏଜେଣ୍ଟ ସାଜିଛନ୍ତି। ଏହି କାରବାରରେ ଜେଲ୍‌ ଫେରନ୍ତା ଲୋକ ବି ସାମିଲ ଅଛନ୍ତି। ଗତବର୍ଷ ମେ’ ମାସରେ ବରଗଡ଼ ସହର ନିକଟସ୍ଥ ଅମ୍ବାପାଲି ଗାଁ ପାଖ ଏକ ନିର୍ମାଣାଧୀନ ଘରେ ବେଟିଂ ଚାଲୁଥିଲା। ଉକ୍ତ ଦିନ ରୟାଲ ଚାଲେଞ୍ଜର ବାଂଗାଲୋର ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ମୁକାବିଲା ଚାଲୁଥିଲା। ପୁଲିସ୍‌ ସେହି ଆଡ଼ାରେ ଚଢ଼ଉ କରିଥିଲା।

ମାମଲାରେ ବରଗଡ଼ର ନାମୀଦାମୀ ଲୋକ ଧରାପଡ଼ିଲେ। ନଗଦ ୬.୧୪ ଲକ୍ଷ ଟଙ୍କା, ୨୦ଟି ମୋବାଇଲ ଫୋନ, ୨ଟି ଲାପ୍‌ଟପ୍‌, ଗୋଟିଏ ଅଟୋକଲ୍‌ ରିସିଭର୍‌, ସେଟ୍‌ଅପ୍‌ ବକ୍ସ, ଗୋଟିଏ ରୋଟର୍‌, ଏଲ୍‌ସିଡି ଟିଭି ଏବଂ ବିଭିନ୍ନ ଯନ୍ତ୍ରପାତି ଜବତ ହୋଇଥିଲା। ଏହି ରାକେଟରେ ବିକି ମିତ୍ତଲ ମାଷ୍ଟରମାଇଣ୍ଡ ବୋଲି ପୁଲିସ୍‌ କହିଥିଲା। ଏପରିକି ମାମଲାର ଚେର ଖୋଜିବାକୁ ବରଗଡ଼ ପୁଲିସ୍‌ ଭୁବନେଶ୍ବର ଏବଂ ରାଉରକେଲାର ସାଇବର୍‌ ଲାବ୍‌ର ସହାୟତା ନେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତମାନ ଯାଏଁ  ଏହି ମାମଲାର ଅଗ୍ରଗତି ଘଟିନାହିଁ। ଚେର କେତେ ଦୂର ଲମ୍ବିଛି, ତାହା ଜଣାପଡ଼ୁନାହିଁ। ତେବେ ଏହି ମାମଲାରେ ବଡ଼ ମୁଣ୍ଡମାନଙ୍କୁ ଖସାଇ ଦିଆଯାଇଛି ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ପୁଲିସ୍‌ ଚଢ଼ଉ କରିବା ପରେ ସେମାନେ ବାହାର ରାଜ୍ୟକୁ ଖସି ଯାଇଥିଲେ। ଏବେ ସେମାନେ ସହରରେ ଖୋଲାଖୋଲି ବୁଲୁଛନ୍ତି। ତାଙ୍କୁ ଧରିବାକୁ ପୁଲିସ୍‌ ବି ପଛଘୁଞ୍ଚା ଦେଉଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe