ଅନ୍‌ଲାଇନ୍ ଚାକିରି ଖୋଜା ମହଙ୍ଗା ପଡ଼ିଲା

ଅନ୍‌ଲାଇନ୍ ଚାକିରି ଖୋଜା ମହଙ୍ଗା ପଡ଼ିଲା

OdishaTV

ଝାରସୁଗୁଡ଼ା: ଅବସର ପରେ ଅନ୍‌ଲାଇନରେ ଚାକିରି ଖୋଜିବା ଜଣେ ଯବାନଙ୍କୁ ମହଙ୍ଗା ପଡ଼ିଛି। ଚାକିରି ପ୍ରଲୋଭନ ଦେଖାଇ ସାଇବର ଲୁଟେରା ଉକ୍ତ ଯବାନଙ୍କଠାରୁ ୧୯ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଝାରସୁଗୁଡ଼ା ସହରର ଜଣେ ଯବାନ ଏହି ଠକେଇର ଶିକାର ହେବା ପରେ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି। ଏହି ଆଧାରରେ ଟାଉନ୍ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତ ଫେବ୍ରୁଆରି ୧୯ ତାରିଖ ଏହି ଅବସରପ୍ରାପ୍ତ ଯବାନ୍‌ ଅନଲାଇନରେ ଚାକିରି ଖୋଜିଥିଲେ।

ପରଦିନ ତାଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ‘ଅମ୍ବାନି ଏଣ୍ଟରଟେନମେଣ୍ଟ’ କର୍ମଚାରୀ ବୋଲି ପରିଚୟ ଦେବା ସହ ଚାକିରି କରାଇଦେବ ବୋଲି କହିଥିଲା। ଅନ୍‌ଲାଇନ୍‌ରେ କାମ ହେଉଥିବାରୁ ପ୍ରଥମେ ପଞ୍ଜୀକରଣ ପାଇଁ ୧୦ ହଜାର ଟଙ୍କା ଜମା ଦେଇଥିଲେ। ୩୦ଟି ଚଳଚ୍ଚିତ୍ରର ରେଟିଂ ଦେବା ପରେ ତାଙ୍କ ଆକାଉଣ୍ଟକୁ ୧୪ ହଜାର ଟଙ୍କା ଆସିଥିଲା। ଏହାପରେ ସେ ଫୋନ୍‌ କରିଥିବା ବ୍ୟକ୍ତିକୁ ବିଶ୍ବାସକୁ ନେଇଥିଲେ। ଏହାପରେ ସେ ୩୫ ଲକ୍ଷ ଟଙ୍କା ଜିତିଥିବା କୁହାଯାଇଥିଲା। ତେବେ ଜିତିଥିବା ଅର୍ଥ ପାଇବାକୁ ହେଲେ ୧୯ ଲକ୍ଷ ୮୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଠକେଇର ଶିକାର ଯବାନଜଣକ ଟଙ୍କା ଜମା କରିଥିଲେ ହେଁ ୩୫ ଲକ୍ଷ ଟଙ୍କା ଆଉ ଆସି ନଥିଲା। ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣି ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe