ଅନ୍‌ଲାଇନ୍ ଋଣ ନାଁରେ ଠକେଇ, ସାଇବର ଠକ ଲୁଟିନେଲେ ୬୪ ହଜାର ଟଙ୍କା

Advertisment
ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବନ୍ଧପରି ପଞ୍ଚାୟତ ପର୍ତ୍ତିବେଡ଼ା ଗାଁର ମଳୟ ଗଉଡ଼ ଅନ୍‌ଲାଇନ୍ ଠକେଇର ଶିକାର ହୋଇଛନ୍ତି। ଅନ୍‌ଲାଇନ୍ ଋଣ କରିଦେବା ନାଁରେ ସାଇବର ଠକ ତାଙ୍କ ଠାରୁ ୬୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି।

ସୂଚନାମତେ, ମଳୟଙ୍କ ମୋବାଇଲକୁ ବିନା କାଗଜପତ୍ରରେ ଋଣ ପ୍ରଦାନ ଅଫର୍ ଆସିଥିଲା। ଘରର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଏହା ଏକ ସୁଯୋଗ ଭାବି ସେ ଦିଆଯାଇଥିବା ଲିଙ୍କରେ କ୍ଲିକ କରିଥିଲେ। ଏହା ପରେ ସେ ୨୫ ଲକ୍ଷ ଟଙ୍କା ଋଣ ପାଇବାକୁ ଯୋଗ୍ୟ ବିବେଚିତ ବୋଲି ମେସେଜ ଆସିଥିଲା। ପ୍ରସେସିଂ ଫି' ବାବଦକୁ ଟଙ୍କା ଲାଗିବ ବୋଲି କୁହାଗଲା। ଏଣୁ ମଳୟ ଧାର ଉଧାର କରି ପର୍ଯ୍ୟାୟକ୍ରମେ ୬୪ ହଜାର ଟଙ୍କା ଦେଇଥିଲେ। ଏତେ ଟଙ୍କା ଦେବା ପରେ ବି ତାଙ୍କୁ ଋଣ ନମିଳିବାରୁ ସେ ଅନଲାଇନ୍ ଠକେଇର ଶିକାର ହୋଇଥିବା ଜାଣି ପାରିଥିଲେ। ଋଣ ପାଇବା ଆଶାରେ ସର୍ବସ୍ୱାନ୍ତ ହୋଇଥିବା ମଳୟ ଓ ତାଙ୍କ ପରିବାର କାହାକୁ ଅଭିଯୋଗ କରିବେ, କେମିତି ଟଙ୍କା ଫେରିପାଇବେ କିଛି ବୁଦ୍ଧି ପାଉନାହାନ୍ତି। ତେବେ ପୂର୍ବରୁ ମଧ୍ୟ ଅଞ୍ଚଳର ବହୁ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇଥିବା ବେଳେ ବର୍ତ୍ତମାନ ଯାଏ ସେମାନଙ୍କୁ ତାଙ୍କ ପ୍ରାପ୍ୟ ମିଳିପାରି ନାହିଁ। ଏଣୁ ତୁରନ୍ତ ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe