ଏଣିକି ଏଟିଭିଏମ୍‌ ସ୍ମାର୍ଟ କାର୍ଡର ଅନଲାଇନ୍ ରିଚାର୍ଜ

Advertisment
ଏଣିକି ଏଟିଭିଏମ୍‌ ସ୍ମାର୍ଟ କାର୍ଡର ଅନଲାଇନ୍ ରିଚାର୍ଜ

India Today

ଭୁବନେଶ୍ବର : ଏଣିକି ଏଟିଭିଏମ୍‌ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ରେଳ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡ଼ିବ ନାହିଁ। ସେମାନଙ୍କ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ୱେବସାଇଟ୍‌ ବା ଆପ୍‌ ଦ୍ୱାରା ଅନଲାଇନ୍‌ରେ ସେମାନଙ୍କର ଏଟିଭିଏମ୍‌ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିପାରିବେ। ଯାତ୍ରୀମାନେ ଏଟିଭିଏମ୍‌ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ଦେୟ ମାଧ୍ୟମ ବ୍ୟବହାର କରିପାରିବେ। ଏଥିପାଇଁ ଯାତ୍ରୀମାନେ www.utsonmobile.indianrail.gov.in ୱେବସାଇଟ୍ ଉପଯୋଗ କରିବାକୁ ପଡ଼ିବ।

ଯାତ୍ରୀଙ୍କୁ ୟୁଟିଏସ ଅନ ମୋବାଇଲ ୱେବସାଇଟ୍‌ ବା ଆପ୍‌ରେ ପଞ୍ଜୀକରଣ କରିବାକୁ ହେବ। ଯଦି ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନଙ୍କର ଆକାଉଣ୍ଟ୍ ବ୍ୟବହାର କରାଯାଇପାରିବ। ସଫଳ ଲଗ ଇନ୍ ପରେ ଯାତ୍ରୀଙ୍କୁ ମେନୁ ବିକଳ୍ପ ‘ସ୍ମାର୍ଟ କାର୍ଡ ରିଚାର୍ଜ’ ଚୟନ କରିବାକୁ ପଡ଼ିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ୍‌ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବର ଦର୍ଶାଇବାକୁ ପଡିବ। ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରିବାକୁ ପଡ଼ିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମ୍‌ରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe