ଅନ୍‌ଲାଇନ୍‌ରେ ହେଲା ‘ସମ୍ବାଦ’ ପ୍ରତିଯୋଗିତା: ଭାଗ‌ନେଲେ ୫୭ ହଜାରରୁ ଅଧିକ ଛାତ୍ରଛାତ୍ରୀ

Advertisment
ଅନ୍‌ଲାଇନ୍‌ରେ ହେଲା ‘ସମ୍ବାଦ’ ପ୍ରତିଯୋଗିତା: ଭାଗ‌ନେଲେ ୫୭ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ବାର୍ଷିକ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଅନଲାଇନରେ ହୋଇଥିବା ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତାରେ ୫୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ‘ସମ୍ବାଦ’ ପକ୍ଷରୁ ଦ୍ବିତୀୟ ଥର ଲାଗି ଏଭଳି ଅନଲାଇନ୍ ପରୀକ୍ଷା କରାଯାଇଥିବା ବେଳେ ରେକର୍ଡ ସଂଖ୍ୟକ ପ୍ରତି‌େଯାଗୀ ଭାଗ ନେଇଛନ୍ତି। ଏଥିପାଇଁ ସେମାନଙ୍କୁ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସାହିତ କରିଥିବାର ଦେଖାଯାଇଛି। ଏହି ପ୍ରତିଯୋଗିତା ଲାଗି ୬୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ପ୍ରତିଯୋଗତାରେ ଜିଲ୍ଲା ସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଖୁବଶୀଘ୍ର ପ୍ରକାଶ ପାଇବ।

ଏହି ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ଉତ୍ସାହିତ ଓ ସହଯୋଗ କରିଥିବା ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶୁଭେଚ୍ଛୁମାନଙ୍କୁ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe