ରାଉରକେଲା : ଅନ୍‌-ଲାଇନ ଡେଲିଭରି ନାଁରେ ଠକିନେଲେ ୫୦ ହଜାର

Advertisment
ଅନଲାଇନ୍ ଜୁଆ ଖେଳ କାଳ ହେଲା; ବାକି ଶୁଝି ନ ପାରି ସୁପାରୀ କିଲରଙ୍କୁ ଡାକି ହତ୍ୟା, ୩ ଗିରଫ

peteearley.com

ରାଉରକେଲା : ଅନ୍‌-ଲାଇନରେ ସାମଗ୍ରୀ ଡେଲିଭରି କରିବା ନାଁରେ ୫୦ ହଜାର ଟଙ୍କାର ଠକେଇ। ବିଶ୍ରା ଅଞ୍ଚଳର ଗରିମା ଅଗ୍ରୱାଲ ନାମକ ଜଣେ ଯୁବତୀ ଏମିତି ଅନ୍‌ ଲାଇନ ଠକାମିର ଶିକାର ହୋଇଛନ୍ତି। ସେ ଆଜି ଏ ସଂକ୍ରାନ୍ତରେ ବିଶ୍ରା ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଗରିମାଙ୍କ କହିବା ମୁତାବକ, ତାଙ୍କର ଜଣେ ସାଙ୍ଗ ଅନ୍‌-ଲାଇନରେ ଏକ ଜିନିଷ ଘରକୁ ମଗାଇଥିଲେ। କିନ୍ତୁ ତାହା ଠିକ୍‌ ସମୟରେ ଘରେ ପହଞ୍ଚି ନଥିଲା। ତାପରେ ସେ ଗୁଗଲ୍‌ରୁ ଡେଲିଭରି ଦାୟିତ୍ବରେ ଥିବା କୋରିୟର କମ୍ପାନିର ନମ୍ବର ବାହାର କରି ଏଜେଣ୍ଟ ସହ ଯୋଗାଯୋଗ କରିଥିଲେ। କଲ୍‌ ରିସିଭ୍‌ କରିଥିବା କୋରିୟର ଏଜେଣ୍ଟ ତାଙ୍କୁ ୧୦ ଟଙ୍କା ପେମେଣ୍ଟ କରିବାକୁ କହିଥିଲା। ଏଜେଣ୍ଟ କହିବା ମୁତାବକ ସେ କମ୍ପାନି ଦ୍ବାରା ଦିଆଯାଇଥିବା ପେଟିଏମ୍‌ ଆପ୍‌ର ବାର୍‌କୋଡ୍‌ରେ କ୍ଲିକ୍‌ କରି ପେମେଣ୍ଟ କରିଥିଲେ। କିଛି ସମୟ ପରେ ହଠାତ୍‌ ତାଙ୍କ ଆକାଉଣ୍ଟରୁ ତିନିଥରରେ ମୋଟ୍‌ ୫୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ସେ ପୂର୍ବରୁ କଥା ହୋଇଥିବା ମୋବାଇଲ ନମ୍ବରରେ କୋରିୟର ଏଜେଣ୍ଟ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏଜେଣ୍ଟ ଜଣକ ତାଙ୍କର କଲ୍‌ ଆଦୌ ରିସିଭ୍‌ କରି ନଥିଲା। ସେ ଠକାମିରେ ପଡିଥିବା ଜାଣିବା ପରେ ବିଶ୍ରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଉରକେଲା ସହରରେ ପୂର୍ବରୁ ଅନେକ ଅବସରପ୍ରାପ୍ତ କର୍ମଚାରୀ ଓ ଯୁବକ ଯୁବତୀ ଏମିତି ଅନ୍‌-ଲାଇନ ଠକାମିର ଶିକାର ହୋଇଛନ୍ତି। ଆକାଉଣ୍ଟରୁ ୬୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକି ନିଆ ଯାଇଥିବାର ସାଇବର ପୁଲିସ ଓ ସମେତ ସହରର ଅନେକ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe