ଅନ୍‌ଲାଇନ୍‌ ସଂସ୍ଥାମାନଙ୍କ ଉପରୁ କୋହଳ ହେଲା କଟକଣା : ହୋମ୍‌ ଡେଲିଭରି ପାଇଁ ନିର୍ଦ୍ଦେଶନାମା ପରିବର୍ତ୍ତନ କଲା ସ୍ବାସ୍ଥ୍ୟ ବିଭାଗ

Advertisment
ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି କି? ୨୦୨୨ ପହିଲାରୁ ଆଦାୟ ହେବ ୫ ପ୍ରତିଶତ ଜିଏସଟି

HuffPost India

ଭୁବନେଶ୍ବର : ଏଣିକି ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବା ଯୋଗାଉଥିବା ଅନ୍‌ଲାଇନ୍‌ ସଂସ୍ଥାମାନେ ତାଲା ବନ୍ଦ ସମୟରେ ହୋମ୍‌ ଡେଲିଭରି ଦେଇପାରିବେ। ଏଥିପାଇଁ ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସରକାର ପରିବର୍ତ୍ତନ କରିଛନ୍ତି। ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ, ଆମାଜନ୍‌, ଫ୍ଲିପ୍‌କାର୍ଟ୍‌, ସ୍ବିଗୀ, ଜୋମାଟୋ, ମିନ୍ତ୍ରା, କେଏଫ୍‌ସି, ପିଜା ହଟ୍‌, ଡୋମିନସ୍‌, ଉବେର୍‌ ଇଟ୍‌ସ୍‌, ବ୍ଲୁ ଡାର୍ଟ୍‌ କୋରିୟର୍‌, ଡିଟିଡିସି, ବିଗ୍‌ ବାସ୍‌କେଟ୍‌, ଗ୍ରୋଫର୍ସ୍‌, ଅର୍ବାନ୍‌ କ୍ଲାପ୍‌ ପରି ଅନ୍‌ଲାଇନ୍‌ ସଂସ୍ଥାମାନେ ଲୋକଙ୍କୁ ଦୁଆର ମୁହଁରେ ଆବଶ୍ୟକ ସାମଗ୍ରୀ ଓ ସେବା ପହଞ୍ଚାଇପାରିବେ।

ସେହିପରି ଖାଦ୍ୟ ଓ ତେଜରାତି ସାମଗ୍ରୀ ବିକ୍ରି କରୁଥିବା ଖୁଚୁରା ସଂସ୍ଥା ଯଥା, ବିଗ୍‌ ବଜାର, ରିଲାୟେନ୍‌ସ୍‌ ଫ୍ରେଶ୍‌, ଓମ୍‌ଫେଡ୍‌, ଓପୋଲୋଫେଡ୍‌, ଚିଲିକା ଫ୍ରେଶ୍‌, ସ୍ପେନ୍‌ସର୍ସ ପ୍ରଭୃତି ସଂସ୍ଥାମାନେ ମଧ୍ୟ ହୋମ୍‌ ଡେଲିଭରି ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe