ପୁରୁଣା ଗାଡ଼ିର ହାଇସିକ୍ୟୁରିଟି ନମ୍ବର ପାଇଁ ଅନ୍‌ଲାଇନ୍‌ ସେବା: ରାଜ୍ୟ ପରିବହନ ବିଭାଗ ଜାରି କଲା ୱେବ୍‌ସାଇଟ୍‌, ଜୁନ୍‌ ପହିଲାରୁ ବୁକିଂ

ପୁରୁଣା ଗାଡ଼ିର ହାଇସିକ୍ୟୁରିଟି ନମ୍ବର ପାଇଁ ଅନ୍‌ଲାଇନ୍‌ ସେବା: ରାଜ୍ୟ ପରିବହନ ବିଭାଗ ଜାରି କଲା ୱେବ୍‌ସାଇଟ୍‌, ଜୁନ୍‌ ପହିଲାରୁ ବୁକିଂ

Money9

କଟକ : ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର(ଏଚ୍‌ଏସ୍‌ଆର୍‌ପି) ଓ ରଂଗୀନ ଷ୍ଟିକର୍‌ଯୁକ୍ତ( କଲର୍‌ କୋଟେଡ୍‌) ନମ୍ବର ପ୍ଲେଟ୍ ବୁକ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସେବା ଆରମ୍ଭ ହୋଇଛି। ଆସନ୍ତା ଜୁନ୍‌ ପହିଲାରୁ ଏହି ସେବା ଉପଲବ୍ଧ ହେବ। ଲୋକେ siam.inରେ ଲଗ୍ ଇନ୍ କରି ଏହି ପ୍ଲେଟ୍ ବୁକ୍ କରିପାରିବେ ବୋଲି ସୋମବାର ଦିନ ରାଜ୍ୟ ପରିବହନ ବିଭାଗ ଟୁଇଟ୍ କରି ଜଣାଇଛନ୍ତି।

ସୂଚନା‌ଯୋଗ୍ୟ, କେନ୍ଦ୍ର ସରକାର ମୋଟର ଭେହିକିଲ୍‌ ନିୟମ ଅନୁସା‌ରେ ଏଣିକି ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି। ନୂଆ ପୁରୁଣା ସମସ୍ତ ଗାଡ଼ିରେ ଏଣିକି ଏହି ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍ ବ୍ୟବହାର କରିବାକୁ କୁହାଯାଇଛି। ଗତ ୨୦୧୯ରୁ ପଞ୍ଜିକୃତ ସମସ୍ତ ଗାଡ଼ି ଏହି ନମ୍ବର ବ୍ୟବହାର କରୁଥିବା ବେଳେ ଗତ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିଗୁଡିକ ମଧ୍ୟ ଏହି ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ନୂଆ ନମ୍ବର୍‌ ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe