କୌଶଳ ବିକାଶ ଯୋଜନାରେ ଖୋର୍ଦ୍ଧା ଜିଲ୍ଳାରେ ୫ ପ୍ରତିଶତ ହୋଇଛନ୍ତି ଉପକୃତ

କୌଶଳ ବିକାଶ ଯୋଜନାରେ ଖୋର୍ଦ୍ଧା ଜିଲ୍ଳାରେ ୫ ପ୍ରତିଶତ ହୋଇଛନ୍ତି ଉପକୃତ

Navbharat Times

ଖୋର୍ଦ୍ଧା: ଆଜକୁ ୮ ବର୍ଷ ପୂର୍ବେ ଦେଶରେ (ସ୍କିଲ୍‌ ଡେଭଲାପ୍‌ମେଣ୍ଟ) କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିୱାଇ) ଯୋଜନା କାର୍ଯ୍ୟକାରୀ ହୋଇଛି। ସେହିଭଳି ୯ ବର୍ଷ ପୂର୍ବେ ଗ୍ରାମାଞ୍ଚଳର ଗରିବ ଯୁବକଯୁବତୀଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବା ଓ ନିଯୁକ୍ତି ପାଇଁ ପ୍ରସ୍ତୁତି କରିବାକୁ  ଦୀନଦୟାଲ ଉପାଧ୍ୟାୟ କୌଶଳ ଗ୍ରାମୀଣ ଯୋଜନା (ଡିଡିକେୱାଇ) ଆରମ୍ଭ ହୋଇଥିଲା। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା, ରାଜ୍ୟରେ ସର୍ବାଧିକ ଶିକ୍ଷିତ ଜିଲ୍ଲାର ମାନ୍ୟତା ପାଇଥିଲେ ମଧ୍ୟ ଧନ୍ଦାମୂଳକ ପ୍ରଶିକ୍ଷଣରେ ପଛରେ ପଡ଼ିଛି। ଜିଲ୍ଲାର ଶ୍ରମଶକ୍ତିରେ ଥିବା ମୋଟ ଅଶିକ୍ଷତ ଓ ଅର୍ଦ୍ଧଶିକ୍ଷିତ ଯୁବକଯୁବତୀଙ୍କ ମଧ୍ୟରୁ କେବଳ ୫ ପ୍ରତିଶତ ହିଁ ଏହି ଯୋଜନାର ଲାଭ ଉଠାଇପାରିଛନ୍ତି।

ଯୋଜନାର ପରିସଂଖ୍ୟାନ ତଥ୍ୟାନୁସାରେ, ଜିଲ୍ଳାର ମୋଟ ୨୨ଲକ୍ଷ ୭୪ ହଜାର ଜନସଂଖ୍ୟା ମଧ୍ୟରୁ ୯ଲକ୍ଷ ୬ହଜାର ଅର୍ଥାତ୍‌ ୩୯.୮୧ ପ୍ରତିଶତ ଶ୍ରମଜୀବୀ ଅଟନ୍ତି। ଯଦି ମୋଟ ଜନସଂଖ୍ୟାର ଶିକ୍ଷାଗତ ଯୋଗ୍ୟତାକୁ ଅନୁଶୀଳନ କରାଯାଏ ତେବେ ୧୦ମ ଶ୍ରେଣୀ କିମ୍ବା ନିମ୍ନ ଶିକ୍ଷା ହାସଲ କରିଥିବା ଲୋକଙ୍କ ସଂଖ୍ୟା ୫୨.୫୩ ପ୍ରତିଶତ। ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପଢ଼ିଥିବା ଲୋକଙ୍କ ସଂଖ୍ୟା ୧୩.୪୮%, ଡିପ୍ଲୋମା ଓଅନ୍ୟ ଧନ୍ଦାମୂଳକ ଶିକ୍ଷା ଲାଭ କରିଥିବା ଲୋକଙ୍କ ସଂଖ୍ୟା ୦.୮୫ ପ୍ରତିଶତ, ସ୍ନାତକ ଓ ତାଠାରୁ ଊର୍ଦ୍ଧ୍ବ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକଙ୍କ ସଂଖ୍ୟା ୧୩.୫୩ ପ୍ରତିଶତ ଥିବା ବେଳେ ଅଶିକ୍ଷିତଙ୍କ ସଂଖ୍ୟା ୧୯.୬୧ ପ୍ରତିଶତ।

ଅଶିକ୍ଷିତ ହେଉ କିମ୍ବା ଅର୍ଦ୍ଧଶିକ୍ଷିତ କିମ୍ବା ଶିକ୍ଷିତ ବେକାରୀ, ଧନ୍ଦାମୂଳକ ଶିକ୍ଷାର ଅଭାବରେ ଆତ୍ମନିଯୁକ୍ତି ପାଇବା ନିଜର କ୍ଷମତାକୁ ବୃଦ୍ଧି କରାଇବାରେ ସକ୍ଷମ ହେବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାର ରୂପାୟନ ଦାୟିତ୍ବ ରାଜ୍ୟ ସରକାର ଓସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ ହୋଇଛି। ଏପରିସ୍ଥଳେ ଏହି ଯୋଜନାରେ ବର୍ତମାନ ସୁଦ୍ଧା ଜିଲ୍ଲାର ୭୮ ହଜାର ୮୭୦ଜଣ ଆ‌ବେଦନ କରିଥିବା ବେଳେ ୭୭ ହଜାର ୯୫ଜଣଙ୍କୁ ପ୍ରଶିକ୍ଷଣ ‌ଦିଆଯାଇଛି। ଅର୍ଥାତ୍‌ ଅବସରପ୍ରାପ୍ତ ଓ ନିଯୁକ୍ତି ପାଇଥିବା ଜନସଂଖ୍ୟା ବ୍ୟତୀତ ବଳକା ଜନସଂଖ୍ୟାର ୧.୫ ପ୍ରତିଶତ ଉଭୟ ଡିଡିକେୟୁ ଓ ପିଏମ୍‌କେୱାଇ ଯୋଜନାରେ ପ୍ରଶିକ୍ଷିତ ହୋଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ୯୨.୭ ପ୍ରତିଶତ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଶିକ୍ଷିତ ବେକାରୀ ଯୁବକଯୁବତୀ କୌଣସି ଧନ୍ଦାମୂଳକ ଶିକ୍ଷାରୁ ବଞ୍ଚିତ ହୋଇରହିଛନ୍ତି।

ନିକଟରେ ପିଏମ୍‌କେଭିୱାଇ ଯୋଜନାରେ ଏକ ସର୍ଭେ କରାଯାଇଥିଲା। ସର୍ଭେକ୍ଷଣ ଅନୁସାରେ, ବର୍ତମାନ ସୁଦ୍ଧା ଜିଲ୍ଲାରେ ଯେତିକି ଶ୍ରମଜୀବୀ ଅଛନ୍ତି ସେମାନଙ୍କ ମଧ୍ୟରୁ ୨୩.୮ ପ୍ରତିଶତ ପାରମ୍ପରିକ ଭାବେ ନିଜ ବାପା, ଜେଜେ ଓ ପରିବାରରୁ ଧନ୍ଦାମୂଳକ କୌଶଳ ଶିକ୍ଷାଲାଭ କରୁଛନ୍ତି। ୧୧.୪ ପ୍ରତିଶତ ଗ୍ୟାରେଜ୍‌ ଆଦିରେ ରହି ଅଣପାରମ୍ପରିକ ଭାବେ ଧନ୍ଦାମୂଳକ ଶିକ୍ଷା ପାଉଛନ୍ତି। ୨୮ ପ୍ରତିଶତ ନିଜ ପ୍ରଚେଷ୍ଟାରୁ ଏନେଇ କୌଶଳ ଶିକ୍ଷା ଲାଭ କରୁଛନ୍ତି। ଯଦି ଏହି ତଥ୍ୟକୁ ବିଚାରକୁ ନିଆଯାଏ ତେବେ ଜିଲ୍ଲାରେ ଗ୍ରାମାଞ୍ଚଳର ଯୁବକଯୁବତୀ ଓସହରାଞ୍ଚଳର ଶିକ୍ଷତ ବେକାରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାରେ ପ୍ରଶାସନ ପ୍ରାୟତଃ ବିଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe