୨୦୨୨ରେ ୧୩୦୧ ନରହତ୍ୟା ମାମଲାରୁ ୬୪୦ଟି ପୁଲିସ ଚାର୍ଜସିଟ ଦାଖଲ କରିଛି: ବରିଷ୍ଠ ପୁଲିସ ଅଧିକାରୀ

Advertisment

୧୪,୫୭୩ଟି ଚୋରି ଘଟଣାରୁ ୫,୮୫୯ଟି ମାମଲାର ଚାର୍ଜସିଟ୍‌ ଦାଖଲ

୧୪,୫୭୩ଟି ଚୋରି ଘଟଣାରୁ ୫,୮୫୯ଟି ମାମଲାର ଚାର୍ଜସିଟ୍‌ ଦାଖଲ

୨୦୨୨ରେ ୧୩୦୧ ନରହତ୍ୟା ମାମଲାରୁ ୬୪୦ଟି ପୁଲିସ ଚାର୍ଜସିଟ ଦାଖଲ କରିଛି: ବରିଷ୍ଠ ପୁଲିସ ଅଧିକାରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ୱେତପତ୍ରରେ ଚିନ୍ତାଜନକ ତଥ୍ୟ ରହିଛି। ରାଜ୍ୟ ପୁଲିସ ବିଭାଗ ଚାର୍ଜସିଟ ଫାଇଲ୍ କରିବାରେ ବିଫଳ ହେଉଛି ବୋଲି ପୂର୍ବତନ ପୁଲିସ ଡିଜି ସୂର୍ଯ୍ୟମଣି ତ୍ରିପାଠୀ ଓ ସଂଜୀବ ମାରିକ୍‌ କହିଛନ୍ତି। ସେମାନେ କହିଛନ୍ତି ଯେ, ୨୦୨୨ରେ ପାଖାପାଖି ୧୩୦୧ ନରହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୬୪୦ଟି କେସ୍‌ରେ ପୁଲିସ ଚାର୍ଜସିଟ ଦାଖଲ କରିଛି। ୨୦୨୨ରେ ୧୪,୫୭୩ଟି ଚୋରି ମାମଲା ହୋଇଥିବା ବେଳେ ସେଥିରୁ ୫,୮୫୯ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି।

ସେହିଭଳି ୩,୧୩୫ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ୨,୨୩୭ଟି ମାମଲାରେ ପୁଲିସ ଚାର୍ଜ ସିଟ ଦାଖଲ କରିବାରେ ସକ୍ଷମ ହୋଇଛି। ଅନ୍ୟାନ୍ୟ ଅପରାଧରେ ମଧ୍ୟ ରାଜ୍ୟ ପୁଲିସର ଏହି ସମାନ ଅବସ୍ଥା। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଏବଂ ଆବଶ୍ୟକତା ଅନୁସାରେ ପୁଲିସ ଅଭାବ, ଆସାମୀକୁ ନଧରିପାରିବା, ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ରିପୋର୍ଟ ଠିକ ସମୟରେ ଆସି ନପାରିବା ଇତ୍ୟାଦି ଏହାର ପ୍ରମୁଖ କାରଣ ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ ମତ ରଖିଛନ୍ତି।

ଅନ୍ୟପଟେ ଓଡ଼ିଶା ପୁଲିସ କ୍ରାଇମ ଇନଭେସ୍ଟିଗେସନ୍‌ରେ କମ୍ ସମୟ ଦେଉଥିବା ବେଳେ ଆଇନ-ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଲାଗି ଅଧିକ ସମୟ ଦେଉଛି, ଯାହା ଫଳରେ ଏଭଳି ଚିନ୍ତାଜନକ ସ୍ଥିତି ଉପୁଜିଛି ବୋଲି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି । ଆଇନ-ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ସମୟ ଦେଇଥିବାରୁ ଶ୍ୱେତପତ୍ରରେ ଏହି ସ୍ଥିତି ଭଲ ଅଛି। ଚାର୍ଜସିଟ ଫାଇଲ ସମସ୍ୟା ସମାଧାନ ପାଇଁ କ୍ରାଇମ ଇନଭେସ୍ଟିଗେସନ୍ ପାଇଁ ଅଲଗା ପୁଲିସ ଓ ଆଇନ-ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଲଗା ପୁଲିସ ରଖାଯିବାର ଆଵଶ୍ୟକତା ଅଛି ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe