ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର: ୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ୪ ଜଣ ଡାକ୍ତର

ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର: ୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ୪ ଜଣ ଡାକ୍ତର

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଆଜି ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଶେଇ ସମୁଦାୟ ୮ ଜଣ ନୁତନ ଏମବିବିଏସ ପାସ ଡାକ୍ତର ରୋଗୀ ସେବାରେ ନିୟୋଜିତ ଥିଲେ। କିନ୍ତୁ କିଛିଦିନ ହେବ ଓପିଏସସି ରେ ପୋଷ୍ଟିଙ୍ଗ୍ ପାଇ ୪ ଜଣ କାର୍ଯ୍ୟରତ ଡାକ୍ତର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଗଲେ। ବର୍ତ୍ତମାନ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଧିକାରୀଙ୍କ ସହ ୪ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଅତ୍ୟଧିକ ଥଣ୍ଡା କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଫଳରେ ଡାକ୍ତରଖାନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବା ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବହୁ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଠିଆ ହୋଇ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି।

ରୋଗୀଙ୍କ କହିବା ଅନୁସାରେ ରୋଗ କଷ୍ଟ ଠାରୁ ବଳି ଯାଉଛି ଡାକ୍ତରଙ୍କ ସହ ସାକ୍ଷାତ କରିବା କଷ୍ଟ। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଡାକ୍ତର ଅଭାବ କାରଣରୁ ହେଉଥିବା ଅସୁବିଧା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିବା ସହ ଯଥା ଶୀଘ୍ର ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଏ ନେଇ ପୂର୍ବରୁ ବହୁ ଥର ୫ଟି ସଚିବଙ୍କୁ ଲିଖିତ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ତା ସହ ବିଭିନ୍ନ ଖବର କାଗଜ ରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ନେଇ ଖବର ପ୍ରସାରଣ କରାଯାଇଥିଲା କିନ୍ତୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ନୀରବ ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଅତଏବ ଆବଶ୍ୟକ ସମୟରେ ଜନସାଧାରଣଙ୍କ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଅଞ୍ଚଳ ବାସି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe