ଓଡ଼ିଶାକୁ କେବଳ ଜଗନ୍ନାଥ ଭରସା: ପିସିସି ସଭାପତି

Advertisment
ଯୁବପିଢ଼ି ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖନ୍ତୁ

ଭୁବନେଶ୍ବର : କୋଭିଡ ଟିକା ମାଗଣାରେ ସମସ୍ତଙ୍କୁ ପ୍ରଦାନ କରିବା ଦରକାର। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକାକରଣ ନେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆଜି ଏକ ପ୍ରେସ୍‌ ବିବୃତି ଜାରି କରି ଏପରି ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହିତ ଆସନ୍ତା ୪ ତାରିଖରେ ପିସିସି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ। ସେହିଦିନ ସବୁ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାପାଳମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏବେ ସୁଦ୍ଧା ସାରା ଦେଶରେ ପ୍ରାୟ ୨୧ କୋଟି ନାଗରିକ ଟିକା ନେଇଛନ୍ତି। ୧୧୯ କୋଟି ଲୋକଙ୍କୁ ସାର୍ବଜନୀନ ଦେୟମୁକ୍ତ ଟିକାକରଣ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକ ବାର ପରାମର୍ଶ ଓ ଅନୁରୋଧ କରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଇନାହାନ୍ତି। ସେଥିପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ ନେଇ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି, ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ, ଏଆଇସିସି ସଭ୍ୟ, ପିସିସି ସଭ୍ୟ, ଜିଲ୍ଲାର ଛାମୁଆ ସଂଗଠନମାନେ ଉଦ୍ୟମ କରିବେ ବୋଲି ସେ ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କୋଭିଡ ମହାମାରୀରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକ ଔଷଧ, ଅକ୍ସିଜେନ୍‌ ଓ ଟିକା ଘରେ ଘରେ ପହଞ୍ଚାଇବାରେ ସରକାର ଆନ୍ତରିକତା ଦେଖାଉ ନ ଥିବାବେଳେ ମଦ କିପରି ଘରେ ଘରେ ପହଞ୍ଚିବ ସେ ନେଇ ଆଇନଗତ ବ୍ୟବସ୍ଥା କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ମହାପ୍ରଭୁ ଏ ରାଜ୍ୟକୁ ଭରସା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe